ସନଷ୍ଟାର ଟିଭି ବ୍ୟୁରୋ
ପୁରୀ : ଆଜି ରଥଯାତ୍ରା ମହୋତ୍ସବର ଶେଷ ସୋପାନ। ଆଜି ମହାପ୍ରଭୁ ଜଗନ୍ନାଥ, ଦେବୀ ଶୁଭଦ୍ରା ଏବଂ ଜ୍ୟେଷ୍ଠ ଭ୍ରାତା ବଳଭଦ୍ର ନିଜ ନିଜ ରଥରୁ ଗୋଟି ପହଣ୍ଡି ହୋଇ ଶ୍ରୀମନ୍ଦିରକୁ ଫେରିବେ ।ଦେବୀ ଶୁଭଦ୍ରା ଏବଂ ଜ୍ୟେଷ୍ଠ ଭ୍ରାତା ବଳଭଦ୍ର ସହଜରେ ମନ୍ଦିର ମଧ୍ୟକୁ ପ୍ରବେଶ କରିବେ, କିନ୍ତୁ ତା ପରେ ଆରମ୍ଭ ହେବ ଏକ କୌତୁହଳପୂର୍ଣ୍ଣ ଘଟଣା. ମହା ପ୍ରଭୁ ଜଗନ୍ନାଥଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବା ସମୟରେ ମାଁ ଲକ୍ଷ୍ମୀ ଶ୍ରୀମନ୍ଦିର ଦ୍ୱାର ବନ୍ଦ କରି ଦେବେ । ଏହା ପରେ ମହା ପ୍ରଭୁ ଜଗନ୍ନାଥ ଏବଂ ଦେବୀ ମାଁ ଲକ୍ଷ୍ମୀଙ୍କ ମଧ୍ୟରେ କଳହ ହୁଏ. ମହା ପ୍ରଭୁ ଜଗନ୍ନାଥ ଦେବୀ ଲକ୍ଷ୍ମୀଙ୍କୁ ରଥ ଯାତ୍ରାରେ ଗୁଣ୍ଡିଚା ମାଉସୀଙ୍କ ପାଖକୁକୁ ସାଥିରେ ନେଇ ନଥିବାରୁ ଦେବୀ ଲକ୍ଷ୍ମୀ ମହାପ୍ରଭୁଙ୍କ ଉପରେ କବାଟ କିଳୀ କ୍ରୋଧିତ ହୁଅନ୍ତି |
ପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିରରେ ପ୍ରବେଶ କରିବା ନିମନ୍ତେ ଦେବୀ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ଉଦ୍ୟେଶ୍ୟରେ ଅନୁରୋଧ କରନ୍ତି ଏବଂ ରସଗୋଲା ଏବଂ ଏକ ସୁନ୍ଦର ଶାଢ଼ୀ ଟିଏ ଭେଟି ଦିଅନ୍ତି । ଏଥିରେ ମାଁ ଲକ୍ଷ୍ମୀ ଶାନ୍ତ ହୋଇ ମହା ପ୍ରଭୁଙ୍କ କ୍ଷମା ପ୍ରାର୍ଥନାକୁ ଗ୍ରହଣ କରି ଶ୍ରୀ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ଦିଅନ୍ତି | ଏହି ଶୁଭ ଦିନଟି ଜଗନ୍ନାଥ ସଂସ୍କୃତିରେ ନୀଳାଦ୍ରି ବିଜେ ଭାବରେ ପ୍ରସିଦ୍ଧ ।