ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଭୀଷଣ ଗତି ସତ୍ତ୍ଵେ ଲଗାତର ବିଦ୍ୟୁତ କାଟ ହେଉଛି। ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ଘନ ଘନ ବିଦ୍ୟୁତ କଟୁଛି । କଟକ, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧାରେ ବିଦ୍ୟୁତ୍ କାଟ ଯନ୍ତ୍ରଣା ସୀମା ଟପିଲାଣି। । ହେଲେ ବନ୍ଦ ଡହ ଡହ ଖରା ଆଉ ତାତିରେ ବିଦ୍ୟୁତ ଗାଏବ ହୋଇଯାଇଛି। ଲୋକେ ତାତିଲେଣି। ରାସ୍ତାକୁ ଆସିଲେଣି । ପୂର୍ବରୁ ମୁଖ୍ୟ ଶାସନ ସଚିବ ଟାଟା ପାୱାରର ବରିଷ୍ଠ ଅଧିକାରୀଙ୍କୁ ଡାକି ତାଗିଦ କରିଥିଲେ। ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟିପିସିଓଡିଏଲ ସିଇଓଙ୍କୁ କଡ଼ା ତାଗିଦ୍ କରାଯାଇଛି । ଲୋକଙ୍କ ଅଭିଯୋଗ ମିଳିବା ମାତ୍ରେ ତ୍ୱରିତ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅଭିଯୋଗର ସମାଧାନ ହେଇନଥିବା ଖବର ମିଳିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ବି ଦିଆଯାଇଛି।
ଶ୍ରୀ ସିଂହଙ୍କ ସମେତ ଟିପିସିଓଡିଏଲ୍ ବରିଷ୍ଠ ଅଧିକରୀମାନେ ତାଙ୍କ ସହ ଯାଇଥିଲେ। ଦୀର୍ଘ ସମୟ ଯାଏ ଆଲୋଚନା ଚାଲିଲା। ୫-ଟି ସଚିବ ଭିକେ ପାଣ୍ଡିଆନ୍ ଓ ମୁଖ୍ୟମନ୍ତ୍ରୀଙ୍କ କର୍ଯ୍ୟାଳୟର ବରିଷ୍ଠ ଅଧିକଗାଟିପିସିଓଡିଏଲ ଅଧିକରଙ୍କ ଉପରେ ମନଇଚ୍ଛା ବରିଥିଲେ। ଚଳିତ ବର୍ଷରେ ଅଧିକ କାଳବୈଶାଖୀ ହେଉଥିବାରୁ ବିଦ୍ୟୁତ କରିବାକୁ ବାଧ୍ୟ ହେଉଛୁ ବୋଲି ଟିପିସିଓଡିଏଲ ପକ୍ଷରୁ ସଫେଇ ଦିଆଯାଇଥିଲା । କିନ୍ତୁ ଯେତେ ସଫେଇ ଦେଲେ ବି କିଛି କଟୁ କଲାନି। କଡ଼ା ତାଗିଦ୍ ଓ କର୍ଯ୍ୟାନୁଷ୍ଠାନର ଧମକ ଶୁଣିବା ପରେ ଟିପିସିଓଡିଏଲ ଅଧିକରୀ ଝାଳନାଳ ହୋଇ ମୁଖ୍ୟମନ୍ତ୍ରୀଙ୍କ କର୍ଯ୍ୟାଳୟରୁ ବାହାରିଥିଲେ। ଲୋ ଭୋଲଟେଜ୍ ସମସ୍ୟା ତୁର ସମାଧାନ ସହ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇବାକୁ ନିର୍ଦେଶ ଦିଆଯାଇଛି ।
ସେପଟେ ଟିପିସିଓଡିଏଲ୍ କଷ୍ଟୀକରଣ ଦେଇ କହିଛି, ଟିପିସିଓଡିଏଲ୍ ଅଧୀନରେ ଆସୁଥିବା ୮ଟି ଜିଲ୍ଲାରେ କାଳବୈଶାଖୀ ସଂଖ୍ୟା ବର୍ଜ୍ । ଗତବର୍ଷ ୮୦ ଥର ଜଳବୈଶାଖୀ ହୋଇଥିଲା । ଏ ବର୍ଷ ୨୩୦ ଅଗ ହୋଇଛି। ଟିପିସିଓଡି ଏଲ୍ ବିଦ୍ୟୁତ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ର (ପିଏସ୍ସି) ପକ୍ଷରୁ ଏହି ତଥ୍ୟ ସଂଗ୍ରହ ହୋଇଛି । ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ କାଳବୈଶାଖୀ ସ୍ବାଭାବିକ ବୃଦ୍ଧି ଯୋଗୁ ବିଦ୍ୟୁତ୍ ଗିଭିଭୂମି ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଗଛ ଉପୁଡ଼ିବା, ବିଦ୍ୟୁତ ଖୁଣ୍ଡ ବଙ୍କା ହେବା ଯୋଗୁ ବିଦ୍ୟୁତ ଯେଗାଣ ନେଟ୍ୱର୍କର କ୍ଷତି ଘଟି ବିଦ୍ୟୁତ ଯୋଗାଣରେ ବିଭ୍ରାଟ ହେଉଛି । ତେବେ ଏହାର ମୁକାବିଲା ପାଇଁ ୭,୭୦୦ରୁ ଅଧିକ କର୍ମଚାରୀ, ଲାଇନ ମ୍ୟାନ୍ ଓ ଇଞ୍ଜିନିୟର ଦିନରାତି ଏକ କରି କାମ କରୁଛନ୍ତି ବୋଲି ଟିପିସିଓଡିଏଲ୍ ପକ୍ଷରୁ କୁହାଯାଇଛି ।