ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ଆଜି ୩ ବର୍ଷ ପୁରିଛି । ୨୦୨୦ର ଆଜିର ଦିନରେ ହିଁ ସୁଶାନ୍ତଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା । ଏବେ ବି ଅନେକ ଲୋକ ସୁଶାନ୍ତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ଆଜି ତାଙ୍କର ଶ୍ରାଦ୍ଧବାର୍ଷିକରେ ପୁଣିଥରେ ସୁଶାନ୍ତଙ୍କୁ ସମସ୍ତେ ମନେ ପକାଇଛନ୍ତି । କେବଳ ତାଙ୍କର ପ୍ରଶଂସକ ନୁହନ୍ତି ବରଂ ଭଉଣୀ ଶ୍ୱେତା ସିଂ କୀର୍ତ୍ତି ମଧ୍ୟ ଏକ ଭାବପ୍ରବଣ ଭିଡ଼ିଓ ସେୟାର କରିଛନ୍ତି, ଯାହା ଏବେ ଭାଇରାଲ ହେବାରେ ଲାଗିଛି ।
କେବଳ ଭଉଣୀ ଶ୍ୱେତା ନୁହନ୍ତି ବରଂ ରିୟା ଚକ୍ରବର୍ତ୍ତୀ ମଧ୍ୟ ସୁଶାନ୍ତଙ୍କ ଶ୍ରାଦ୍ଧବାର୍ଷିକୀରେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ସେୟାର କରିଛନ୍ତି । ଯେଉଁ ଭିଡ଼ିଓକୁ ନେଇ ରିୟାଙ୍କ ଉପରେ ବର୍ଷିଛନ୍ତି ସୁଶାନ୍ତଙ୍କ ପ୍ରଶଂସକ । ଅନ୍ୟପଟେ ଭଉଣୀ ଶ୍ୱେତାଙ୍କ ଭିଡ଼ିଓକୁ ବେଶ ପସନ୍ଦ ମଧ୍ୟ କରିଛନ୍ତି । କିଛି ପ୍ରଶଂସକ ଭାବବିହ୍ୱଳ ମଧ୍ୟ ହୋଇପଡିଛନ୍ତି ।