ସନଷ୍ଟାର ଟିଭି ବ୍ୟୁରୋ
ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ପାଇଁ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ଅନୁମୋଦିତ ହୋଇଛି । ଚଳିତବର୍ଷର ବଜେଟ୍ରେ ୨୭୧.୦୭ କୋଟି ଟଙ୍କାର ଆୟ ଓ ୨୬୨.୧୬ କୋଟି ଟଙ୍କାର ବ୍ୟୟ ବରାଦ ବଳକା ବଜେଟ୍ ପ୍ରସ୍ତୁତ ହୋଇଛି । ରାଜସ୍ୱ ଆୟ ୧୭୪.୩୪ କୋଟି ଟଙ୍କା ଓ ପୁଞ୍ଜି ଧାର୍ଯ୍ୟ ହୋଇଛି। ସେହିଭଳି ଚଳିତବର୍ଷ ରାଜସ୍ବ ବ୍ୟୟ ୧୩୨.୧୦ କୋଟି ଟଙ୍କା ଓ ପୁଞ୍ଜି ବ୍ୟୟ ୧୩୦.୦୬ କୋଟି ଟଙ୍କା ରଖାଯାଇଛି । ଖଣିଖାଦାନ, ଜମି ଅଧିଗ୍ରହଣ ଆଦି କ୍ଷେତ୍ରରୁ ସର୍ବାଧିକ ଆୟ ଲକ୍ଷ୍ୟ ରଖାଯାଇଛି ।
ବୈଠକ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିଛନ୍ତି, ଦାନ ଅର୍ଥ ବୃଦ୍ଧି ପାଇଁ ପେଟିଏମ୍ ସହ ବୈଠକ ହୋଇଛି। ପେଟିଏମ୍ କ୍ୟୁଆର୍ କୋଡ୍ ଜରିଆରେ ଦାନ ଅର୍ଥ ସଂଗ୍ରହ ଉପରେ ପରିଚାଳନା କମିଟି ସହମତି ଜଣାଇଛି । ଏହି କ୍ୟୁଆର୍ କୋଡ୍ ଭକ୍ତ ନିବାସ, ହୋଟେଲ, ବ୍ୟାଟେରି ଗାଡ଼ି, ଗୁରୁତ୍ଵପୂର୍ଣ୍ଣ ସ୍ଥାନ, ସିଂହଦ୍ଵାର, ଭୁବନେଶ୍ୱର ସୂଚନା କେନ୍ଦ୍ର, ରେଳ ଷ୍ଟେସନ୍ ଆଦି ସ୍ଥାନରେ ଲଗାଇବାକୁ ଯୋଜନା କରାଯାଇଛି । ଦେଶବିଦେଶରେ ଥିବା ଭକ୍ତମାନେ ଅନ୍ଲାଇନ୍ରେ ଯେଭଳି ସୁବିଧାରେ ଦାନ ଦେଇପାରିବେ, ସେ ଉପରେ ଗୁରୁତ୍ଵ ଦିଆଯାଇଛି। ୟୁନିଫର୍ମ ପଲିସିରେ ଜମି କିଣାବିକା ପାଇଁ ଅବସରପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଏମାନଙ୍କୁ ନେଇ ଆମେ ୟୁନିଫର୍ମ ପଲିସି ଆଧାରରେ ଜମି କିଣାବିକା ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଯୋଜନା କରିଛୁ ବୋଲି ଶ୍ରୀ ଦାସ କହିଛନ୍ତି।