ସନଷ୍ଟାର ଟିଭି ବ୍ୟୁରୋ
କେନ୍ଦୁଝର: କେନ୍ଦୁଝର ଗସ୍ତର ଦ୍ବିତୀୟ ଦିନରେ ତାରିଣୀ ପୀଠକୁ ଯାଇ ମାଆଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଲେ 5T ସଚିବ ଭି.କେ. ପାଣ୍ଡିଆନ । ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିବା ସହ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି ।
ଏହି ଅବସରରେ ସାଧାରଣ ଲୋକଙ୍କୁ ଉଦବୋଧନ ଦେଇ 5T ସଚିବ କହିଥିଲେ, ‘ନୂଆ ରୂପରେ ନଜର ଆସିବ ଘଟଗାଁର ତାରିଣୀ ମନ୍ଦିର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଲିଙ୍ଗରାଜ ମନ୍ଦିରର ରୂପାନ୍ତରଣ କାମ ଓ ସମଲେଇ ମନ୍ଦିରର ସୌନ୍ଦର୍ଯ୍ୟକରଣ ଚାଲିଛି । ତାରାତାରିଣୀ ମନ୍ଦିରର ରୂପାନ୍ତରଣ ସରିଥିବା ବେଳେ ଏବେ ପାଳି ଘଟଗାଁ ତାରିଣୀ ମନ୍ଦିରର । କାମ ଆରମ୍ଭ ହେଲେ ୬ ମାସରେ ସରିବ । ଏଥିପାଇଁ ଆପଣମାନଙ୍କ ସହଯୋଗ ଦରକାର ।’
ସବୁ ମନ୍ଦିରର ରୂପାନ୍ତରଣ ବେଳେ ରାସ୍ତା ପ୍ରଶସ୍ତିକରଣ ହେଉ, କି ମନ୍ଦିରର ସୌନ୍ଦର୍ଯ୍ୟକରଣ ସାଧାରଣ ଲୋକ ତ୍ୟାଗ କରିଛନ୍ତି । ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇଛନ୍ତି ଭି.କେ. ପାଣ୍ଡିଆନ । ତେଣୁ ଘଟଗାଁବାସୀଙ୍କୁ ସେହିପରି ସହଯୋଗ କରିବାକୁ ସେ ଆହ୍ବାନ ଦେଇଛନ୍ତି । ଏହି ଅବସରରେ ମାଆ ତାରିଣୀ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।