ସନଷ୍ଟାର ଟିଭି ବ୍ୟୁରୋ
-
ବିଜେଡି କରୁଛି ନୂଆ ରଣନୀତି
-
ଗ୍ରାଉଣ୍ଡରେ ବୁଲୁଛନ୍ତି ବିଜେଡି ନେତା
-
କାହାକୁ ରଖିବ କାହାକୁ ଛାଡ଼ିବ ଦଳ ଏବେ ସେ ନେଇ ଚର୍ଚା
-
ମନ୍ତ୍ରୀ ମାନଙ୍କର ରିପୋର୍ଟ କାର୍ଡ ଉପରେ ବି ନବୀନଙ୍କ ନଜର
ଆସୁଛି ୨୦୨୪ ନିର୍ବାଚନ | ଅଣ୍ଟା ଭିଡ଼ିଲେଣି ନବୀନ ଅଣ୍ଟା ଭିଡିଲାଣି ଦଳ | ଖାଲି ବିଧାୟକ ମାନଙ୍କର ନୁହେଁ ମନ୍ତ୍ରୀ ମାନଙ୍କର ବି ରିପୋର୍ଟ କାର୍ଡ ଉପରେ ନବୀନଙ୍କ ନଜର | ତେବେ ପଂଚାୟତ ଓ ପୌର ନିର୍ବାଚନ ରେ ବିରୋଧୀଙ୍କୁ ପଛରେ ପକାଇ ଐତିହାସିକ ବିଜୟ ଲାଭ କରିଥିବା ବିଜୁ ଜନତା ଦଳ ଆଗାମୀ ୨୦୨୪ ନିର୍ବାଚନ ରେ କିପରି ଶତ ପ୍ରତିଶତ ପ୍ରଦର୍ଶନ କରି ନିଜର ବିଜୟ ଧାରା କୁ ବଜାୟ ରଖିବ ସେ ନେଇ ଏବେଠାରୁ ପ୍ରସ୍ତୁତ କଲାଣି ରୋଡ ମ୍ୟାପ | କାହାକୁ ରଖିବେ ଓ କାହାକୁ ଛାଡ଼ିବେ ସେ ନେଇ ଏବେ ଦଳର ଉଚ୍ଚ ସ୍ତରୀୟ ମହଲରେ ସ୍ୱତନ୍ତ୍ର ବୈଠକ |
ତେବେ ଦଳ ନିଜର ବିଜୟ ଧାରା ପାଇଁ ଏଥର କଷିଛି ଅଲଗା ଅଙ୍କ |ପ୍ରତିଟି ଗାଁ ଗାଁ ଓ ପଞ୍ଚାୟତ ପଞ୍ଚାୟତରେ ଲୋକଙ୍କ ଠୁ ନେଇଛି ମତାମତ | ଏହାରି ଭିତରେ ନଜର ଆସିଛି ନେତା ମାନେ ଯେ ଭୁବନେଶ୍ୱର ଛାଡି ଏବେ ନିଜ ଏରିଆ ରେ ବୁଲୁଛନ୍ତି ଓ ତୃଣମୂଳ ସ୍ତରରେ ନିଜର ସଙ୍ଗଠନକୁ ସୁଦୃଢ କରୁଛନ୍ତି | ତେବେ ଆଗାମୀ ନିର୍ବାଚନପାଇଁ ଏବେ ଠାରୁ ୧୨୫ ରୁ ଅଧିକ ସିଟ ହାତେଇବ ବୋଲି ଦଳ ଆକଳନ କରି ଥିଲା ବେଳେ ସ୍ୱତନ୍ତ୍ର ଷ୍ଟ୍ରଟେଜିରେ ନିଜ ନେତା ମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ନବୀନ | ସମସ୍ତ ନେତା ମାନଙ୍କର ଗ୍ରାଉଣ୍ଡରେ କି ଭଳି ସ୍ତିତି ରହିଛି ସେ ନେଇ ମଧ୍ୟ ରିପୋର୍ଟ ସଂଗ୍ରହ କରିଛି ଦଳ |
ତେବେ ବିବାଦୀୟ ଓ ଖରାପ ଚର୍ଚା ରେ ଥିବା ବିଧାୟକ ମାନଙ୍କୁ ଦଳ ପ୍ରତ୍ୟାଖାନ କରିବ ବୋଲି ଆଗୁଆ ବରିଷ୍ଠ ନେତା ମାନେ କହି ଆସୁ ଥିଲା ବେଳେ ୬୦ ରୁ ଅଧିକ ବିଧାୟକଙ୍କ ଟିକଟ ଏଥର ନିର୍ଵାଚନରେ କଟାଯିବ ବୋଲି ଦଳ ନିଷ୍ପତି ନେଇଛି | ସେପଟେ ସିକ୍ରେଟ ସର୍ଭେ ଓ ବିଭାଗୀୟ ମନ୍ତ୍ରୀ ମାନଙ୍କ କାର୍ଯ୍ୟ ସମୀକ୍ଷା ପରେ ନବୀନ ଆଗାମୀ ନିର୍ବାଚନରେ କାହା ଉପରେ ବିଶ୍ୱାସ କରିବେ ତାହା ଦେଖିବାକୁ ବାକି ରହିଲା