ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଜି ବିଶ୍ବ ପରିବେଶ ଦିବସ। ପ୍ରତିବର୍ଷ ଜୁନ ମାସ ୫ ତାରିଖ ଦିନ ଏହି ଦିବସ ପାଳନ ହୁଏ। ଏହି ଦିବସ ପାଳନ କରିବାର ମୁଖ୍ୟ କାରଣ ହେଉଛି ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା। ବିଶ୍ବର ପ୍ରାୟ ୧୪୩ଟି ରାଷ୍ଟ୍ରରେ ପରିବେଶ ଦିବସ ପାଳନ କରାଯାଇଥାଏ |
ତେବେ ଏ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟରେ ଥିବା ଆଲୁମିନି ଆସୋସିଏସନ ତରଫରୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସର ବୋଟାନି ବିଭାଗ ପରିସରରେ ” ବିଶ୍ୱ ପରିବେଶ ଦିବସ ” ପାଳନ କରାଯାଇଛି | ଓଡ଼ିଶା ପରିବେଶ ସମାଜ ର ସଚିବ ତଥା ବିଶିଷ୍ଟ ପରିବେଶବିତ୍ ପ୍ରଫେସର ଡକ୍ଟର ଜୟକୃଷ୍ଣ ପାଣିଗ୍ରାହୀ ଉକ୍ତ ଉତ୍ସବରେ ଯୋଗଦେଇ ପ୍ଲାଷ୍ଟିକ ପ୍ରଦୂଷଣକୁ କିପରି ଭାବେ ରୋକାଯାଇପାରିବ ସେ ନେଇ ଆଲୋଚନା କରିଥଲେ | କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ୟାମ୍ପସ କୁ କିପରି ଭାବେ ପ୍ଲାଷ୍ଟିକ ମୁକ୍ତ କରାଯାଇପାରିବ ସେ ନେଇ ନିଜର ମନ୍ତବ୍ୟ ରଖିଥିଲେ |
ତେବେ ପରିବେଶର ଯତ୍ନ ନେବାକୁ ଏହି ଦିବସ ସମସ୍ତଙ୍କୁ ବାର୍ତ୍ତା ଦେଇଥାଏ । ୧୯୭୨ମସିହାରୁ ବିଶ୍ବ ପରିବେଶ ଦିବସକୁ ପାଳନ କରାଯାଉଛି | ଶତାଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଆଲୁମିନି ଆସୋସିଏସନର ସଦଶ୍ୟ ମାନେ ଯୋଗଦେଇ ଉତ୍ସବକୁ ସଫଳମଣ୍ଡିତ କରିଥିଲେ |