ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଗୋପବନ୍ଧୁ ଛାତ୍ରାବାସ ଆନୁକୁଲ୍ୟରେ ବିଶ୍ବ ପରିବେଶ ଦିବସ ପାଳନ କରାଯାଇଅଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା ପ୍ରାଧ୍ୟାପିକା ନବନିତା ରଥ, ସମ୍ମାନୀତ ଅତିଥି ଭାବେ ଦୂର ନିରନ୍ତର ଶିକ୍ଷା ନିର୍ଦ୍ଦେଶାଳୟ , ଉତ୍କଳ ବିଶ୍ୱବିଦ୍ୟାଳୟ ର ନିର୍ଦ୍ଦେଶକ ପ୍ରଧ୍ୟାପକ କୃଷ୍ଣ ଚନ୍ଦ୍ର ରଥ, ମୁଖ୍ୟ ତତ୍ତ୍ୱାବଧାରକ, ସ୍ନାତକୋତ୍ତର ଛାତ୍ରାବାସ , ପ୍ରଧ୍ୟାପକ ପ୍ରବୋଧ କୁମାର ହୋତା ଯୋଗଦେଇ ପରିବେଶ ସଂରକ୍ଷଣ ଓ ପ୍ଲାଷ୍ଟିକ ମୁକ୍ତ ପୃଥିବୀ ଗଠନ ନିମନ୍ତେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିସହିତ ପ୍ରଧ୍ୟାପିକା ନବନିତା ରଥ ନିଜ ବକ୍ତବ୍ୟ ମାଧ୍ୟମରେ କହିଥିଲେ ଯେ ନିଜେ ବ୍ୟକ୍ତିଗତ ସ୍ତରରେ ସଜାଗ ହେଲେ ସମାଜ ଆପେ ଆପେ ସଜାଗ ହୋଇବ ଏବଂ ସମସ୍ତେ ପ୍ରତ୍ୟହ କିଛି ସମୟ ପରିବେଶ ସୁରକ୍ଷା ଦିଗରେ ନିୟୋଜିତ କଲେ ପର୍ଯ୍ୟାବରଣ ସନ୍ତୁଳିତ ରହିବ।
ଏହି ଅବସରରେ ପ୍ରଧ୍ୟାପକ କୃଷ୍ଣ ଚନ୍ଦ୍ର ରଥ ପ୍ଲାଷ୍ଟିକ ବିହୀନ ଜୀବନଚର୍ଯ୍ୟା ଉପରେ ଆଲୋକପାତ କରିବା ସହିତ ପ୍ରାକୃତିକ ସମ୍ବଳର ସଠିକ୍ ବିନିଯୋଗ କିପରି ହୋଇପାରିବ ସେଥି ପ୍ରତି ଦୃଷ୍ଟି ଆରୋପ କରିଥିଲେ। ପ୍ରଧ୍ୟାପକ ପ୍ରବୋଧ କୁମାର ହୋତା ନିଜ ବକ୍ତବ୍ୟ ମାଧ୍ୟମରେ କହିଥିଲେ ଯେ ଯୁବପିଢ଼ି ନିଜର ସୁଚିନ୍ତାଧାରା ବଳରେ ବିଶ୍ବ ପର୍ଯ୍ୟାବରଣ କୁ ସୁରକ୍ଷିତ କରିପାରିବେ ଏବଂ ପରିବେଶ ସୁରକ୍ଷା ଦିଗରେ ଆଗତ ପିଢ଼ି ମାନଙ୍କ ପାଇଁ ଏକ ଅନନ୍ୟ ଛାପ ଛାଡ଼ି ପାରିବେ।
ଏହି ଅବସରରେ ଛାତ୍ରାବାସର ଅଧୀକ୍ଷକ,ଅନ୍ତେବାସୀ ଓ କର୍ମଚାରୀ ମାନଙ୍କ ଦ୍ଵାରା କାଗଜ ଠୁଙ୍ଗା ପ୍ରସ୍ତୁତ କରାଯାଇ ନିକଟସ୍ଥ ଗୋବିନ୍ଦ ସାହୁ ମାର୍କେଟ ରେ ବଣ୍ଟନ କରଯାଇଥିଲା। ପ୍ଲାଷ୍ଟିକ ମୁକ୍ତ ପରିବେଶ କୁ ଗୁରୁତ୍ଵ ଦେଇ ପଲିଥିନ୍ ବଦଳରେ କାଗଜ ଠୁଙ୍ଗା ବ୍ୟବହାର କରିବା ପାଇଁ ସଭିଙ୍କୁ ସଚେତନ କରଯାଇଥିଲା। ଏଥି ସହିତ ଛାତ୍ରାବାସ ଅଧୀକ୍ଷକ,ଅନ୍ତେବସୀ ଓ କର୍ମଚାରୀମାନେ ବିଶ୍ଵବିଦ୍ୟାଳୟର ଅନେକ ବିଭାଗ ଓ ମୁଖ୍ୟ ପ୍ରଶାସନିକ ଭବନ ଯାଇ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ବାର୍ତ୍ତା ବାଣ୍ଟିଥିଲେ। ଏହି କାର୍ଯ୍ୟକ୍ରମରେ ଗୋପବନ୍ଧୁ ଛାତ୍ରାବାସର ଅଧୀକ୍ଷକ ଡ. ଆଶିଷ ଚନ୍ଦ୍ର ପାଠୀ ସଭାପତିତ୍ବ କରିଥିବାବେଳେ ଅନ୍ୟ କର୍ମଚାରୀ ଓ ଅନ୍ତେବାସୀ ମାନେ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ। ଏହି ଅବସରରେ ଛାତ୍ରାବାସ ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରଯାଇଥିଲା।
REPORT BY BISWAJIT JATIN PATRA