ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଇଣ୍ଟରଲକିଂ ସମସ୍ୟା ପାଇଁ ହୋଇଛି ବାଲେଶ୍ୱର ଟ୍ରେନ ଦୁର୍ଘଟଣା । ଚିହ୍ନଟ ହୋଇଛନ୍ତି ଦୁର୍ଘଟଣା ପାଇଁ ଦାୟୀ ଥିବା ବ୍ୟକ୍ତି | ରେଳ ସୁରକ୍ଷା ବିଭାଗ ପକ୍ଷରୁ ଅନୁଧ୍ୟାନ ର ସମ୍ପୂର୍ଣ ତଥ୍ୟ ଆସିଲା ପରେ ଦୋଷୀ ପ୍ରତି ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି | ଇଂଣ୍ଟରଲକିଂ ସିଷ୍ଟମରେ ସମସ୍ୟା ପାଇଁ ଘଟିଛି ଦୁର୍ଘଟଣା | ସେପଟେ ରେଳର ସୁରକ୍ଷା ପାଇଁ ନୂତନ ଟେକ୍ନୋଲୋଜି କବଚ ନେଇ କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି, ଦୁର୍ଘଟଣା ସହ ‘କବଚର’ କୌଣସି ସମ୍ପର୍କ ନାହିଁ | ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କବଚକୁ ନେଇ କଥା କଟାକଟି କରିବା ସହିତ କବଚକୁ ନେଇ ଯେଉଁ ପ୍ରଶ୍ନ ଉଠାଇଥିଲେ ତାହା ଏହି ଦୁର୍ଘଟଣାର କୌଣସି ସମ୍ପର୍କ ନାହିଁ | ଇଲେକଟ୍ରୋନିକ୍ ଇଣ୍ଟରଲକିଂ ପାଇଁ ଏହି ଦୁର୍ଘଟଣା ହୋଇଛି ଓ ଏନେଇ ଅଧିକ ତଦନ୍ତ ଚାଲିଛି ଏହା ସହ ଆଉ ଯାହା ବି କାରଣ ଅଛି ତାହା ଆଗକୁ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ |
REPORT BY BISWAJIT JATIN PATRA