ସନଷ୍ଟାର ଟିଭି ବ୍ୟୁରୋ
ବାଲେଶ୍ବର : ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ଏଣେତେଣେ ପଡ଼ିଛି ଟ୍ରେନର ବିଭିନ୍ନ ଅଂଶ | ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏହାପରେ ବାଲେଶ୍ବର ମେଡିକାଲରେ ପହଞ୍ଚି ଆହତଙ୍କ ଚିକିତ୍ସା କିପରି ଚାଲିଛି ତାହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ | ଦୁର୍ଘଟଣା ବିଷୟରେ ଜାଣି ମୁଁ ମର୍ମାହତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ସମସ୍ତ ବାହାନଗା ଅଞ୍ଚଳର ସ୍ଥାନୀୟ ବାସିନ୍ଦା ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ | ସ୍ଥାନୀୟ ବାସିନ୍ଦାଙ୍କ ଅଦମ୍ୟ ସାହସ ଓ ସହଯୋଗକୁ ପ୍ରଶଂସା କରିଛନ୍ତି ନବୀନ | ଏସ୍ସିବିର ୨୫ ଜଣିଆ ଡାକ୍ତରୀ ଟିମ ଏ ନେଇ ସ୍ୱତନ୍ତ୍ର ଭାବେ ନିୟୋଜିତ ଅଛନ୍ତି ଏବଂ ଚିକିତ୍ସାରେ ଯେମିତି କୌଣସି ଅଭାବ ନହୁଏ ସେନେଇ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ଡାକ୍ତରୀ ଟିମ୍ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ |