ସନଷ୍ଟାର ଟିଭି ବ୍ୟୁରୋ
ବାଲେଶ୍ୱର : ଓଡିଶାର ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣାକୁ ନେଇ ସାରା ବିଶ୍ୱରୁ ଏବେ ଶୋକବାର୍ତ୍ତା ଆସିବାରେ ଲାଗିଛି । ଆଜି ଋଷର ରାଷ୍ଟ୍ରପତି ପୁଟିନଙ୍କ ପରେ ଏବେ ୟୁରୋପୀୟ କମିଶନ ସଭାପତି ଉର୍ସୁନା ଭନ୍ ଡେର ଲେଏନ୍ ଶୋକ ପ୍ରକାଶ କରିଛନ୍ତି । ସେ ତାଙ୍କର ଶୋକବାର୍ତ୍ତାରେ ମୃତକଙ୍କ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଗତକାଲି ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ ବାଲେଶ୍ୱର ବାହାନଗା ନିକଟରେ ଦୁର୍ଘଟଣା ହୋଇଛି । ଟ୍ରେନର କିଛି ବଗି ଲାଇନଚ୍ୟୁତ ହେବା ପରେ ଏହା ଏକ ମାଲବାହୀ ଟ୍ରେନ ସହ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୨୬୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହ ଶହ ଲୋକ ଆହତ ହୋଇ ଏବେ ଚିକିତ୍ସିିତ ହେଉଛନ୍ତି ।