ସନଷ୍ଟାର ଟିଭି ବ୍ୟୁରୋ
ନୟାଗଡ : ଆଗକୁ ଆସୁଛି ସାଧାରଣ ନିର୍ବାଚନ | କେଉଁ ଦଳ କାହାକୁ ପ୍ରାଥୀ କରିବ ସେ ନେଇ ଚର୍ଚା ଜୋରଧରିଥିଲା ବେଳେ ନୟାଗଡ ରାଜନୈତିକ ଅଙ୍କ କିଛି ଅଲଗା ଚିତ୍ର ସ୍ପଷ୍ଟ କରୁଛି | ଗତ ୨୦୧୯ ନିର୍ବାଚନରେ ଡକ୍ଟର ଅରୁଣ କୁମାର ସାହୁ ବିଜେଡିରୁ ପ୍ରାଥୀ ହୋଇ ୮୧,୫୪୮ଟି ଭୋଟରେ ବିଜୟଲାଭ କରିଥିଲେ ଓ ଅପର ପକ୍ଷରେ ବିଜେପିରୁ ଇରାନୀ ରାୟ ପ୍ରାଥୀ ହୋଇ ୬୬,୬୦୦ ଖଣ୍ଡ ପାଇ ନିର୍ବାଚନ ହାରିଥିଲେ | କିନ୍ତୁ ଏବେ ର ରାଜନୈତିକ ପରିସ୍ଥିତି ଉପରେ ନଜର ପକାଇଲେ ପୂର୍ବତନ କନ୍ଧମାଳ ସାଂସଦ ତଥା ନୟାଗଡ଼ର ରାଣୀ ପ୍ରତୁଷା ରାଜେଶ୍ଵରୀ ସିଂ ଙ୍କ ସଂଗଠନ ନୟାଗଡ଼ ରେ ଧୀରେ ଧୀରେ ଶକ୍ତିଶାଳୀ ହେବାରେ ଲାଗିଛି | ନିଜେ ବିଜେପିର ଚେହେରା ପାଲଟି ଥିବା ରାଣୀ ପ୍ରତ୍ୟୁଷା ଏବେ ପୁଅ ଅରଣ୍ୟରାଜଙ୍କ ପାଇଁ ବିଜେଡିରେ ଲବି କରୁଛନ୍ତି |
ସ୍ୱତନ୍ତ୍ର ଭାବେ ନିଜର ସ୍ୱାମୀ ସ୍ବର୍ଗତ ହେମେନ୍ଦ୍ର ଚନ୍ଦ୍ର ସିଂଙ୍କ ନାମରେ “ହେମେନ୍ଦ୍ର ସେନା” ରାଜନୀତିକ ଦଳ ଗଠନ କରି ପୁଅ ଅରଣ୍ୟରାଜଙ୍କ ରାଜନୈତିକ ଚେହେରା ତିଆରି କରୁଛନ୍ତି | ୨୦୦୯ ନିର୍ବାଚନରେ ସ୍ବର୍ଗତ ହେମେନ୍ଦ୍ର ଚନ୍ଦ୍ର ସିଂ ସ୍ୱାଧୀନ ଭାବେ ଛିଡା ହୋଇ ନୟାଗଡ଼ରୁ ୩୯,୭୫୯ ଟି ଭୋଟ ପାଇଥିଲା ବେଳେ ବାପାଙ୍କ ନାଁରେ ପୁଅ ଏବେ sympathy ଭୋଟ ପାଇପାରିବେ ବୋଲି ଲକ୍ଷ ରଖିଛନ୍ତି ରାଣୀ ପ୍ରତ୍ୟୁଷା |ଗାଁ ଠାରୁ ଆରମ୍ଭ କରି ପଂଚାୟତ ପର୍ଯ୍ୟନ୍ତ ତୃଣମୂଳ ସ୍ତରରେ ନିଜର ସ୍ୱତନ୍ତ୍ର ସଂଗଠନ ତିଆରି କରିଛନ୍ତି ପ୍ରତ୍ୟୁଷା | ତେବେ ରୋଚକ ତଥ୍ୟ ଏହା କି ଖୋଦ ରାଣୀ ନିଜେ ବିଜେପିରେ ଥିଲେ ମଧ୍ୟ ତାଙ୍କ ପ୍ରତିଦ୍ବନ୍ଦୀ ଇରାନୀ ନୟାଗଡରେ ବିଜେପିର ଆଉ ଏକ ରାଜନୈତିକ ଚେହେରା ହୋଇଥିବାରୁ ଯଦି କୌଣସି କାରଣ ବଶତଃ ତାଙ୍କୁ ଟିକେଟ ନ ମିଳେ ତେବେ ହେମେନ୍ଦ୍ର ସେନା ନାମରେ ଥିବା ପୁଅ ଅରଣ୍ୟରାଜଙ୍କ ସଂଗଠନ ଆଗାମୀ ଦିନରେ ତାଙ୍କୁ ବିଜେଡି ରୁ ଟିକେଟ ଲବି ପାଇଁ ସହାୟକ ହେବ ବୋଲି ରାଜନୀତିକ ମହଲରେ ଚର୍ଚା ଜୋରଧରିଛି |
ତେବେ ଯଦି ଆମେ ଅରୁଣ ସାହୁ ଙ୍କ କଥା ଦେଖିବା ତାହେଲେ ଗତକିଛି ବର୍ଷ ହେବ ନୟାଗଡ଼ ବିଜେଡିର ସ୍ୱତନ୍ତ୍ର ଗଡ଼ ପାଲଟିଛି ଏବଂ ଦଳର ସାଙ୍ଗଠନିକ ସମ୍ପାଦକ ବବି ଦାସ ନିଜେ ବାରମ୍ବାର ନୟାଗଡ ଗ୍ରସ୍ତ କରି ଅରୁଣଙ୍କ ସହ ନୟାଗଡରେ ସଂଗଠନ ସୁଦୃଢ କରିଛନ୍ତି | ଆହୁରି ମଧ୍ୟ ବିରୋଧୀ ମାନେ ବାରମ୍ବାର ଅରୁଣଙ୍କୁ ବିବାଦ ଘେରକୁ ଠେଲିଲା ପରେ ବି ଅରୁଣଙ୍କ ସ୍ଵଛଳ ଭାବମୂର୍ତ୍ତି ଓ କାର୍ଯ୍ୟ ଦକ୍ଷତା ତାଙ୍କୁ ଆହୁରି ଶକ୍ତିଶାଳି କରିଛି |
ରାଣୀ ପ୍ରତ୍ୟୁଷାଙ୍କର ଏହିଭଳି ଦୋମୁଁହା ନୀତି ଓ ରାଜନୀତିକୁ ନେଇ ଡବଲ ଗେମ ଆଗମୀଦିନରେ ତାଙ୍କ ଉପରେ ଭାରି ପଡିପାରେ ବୋଲି ପରିପାଶ୍ୱିକ ସ୍ତିତି ସ୍ପଷ୍ଟ କରୁଛି | ତେବେ ଦେଖିବାକୁ ବାକି ରହିଲା କାହାକୁ କେଉଁ ଦଳ କରୁଛି ପ୍ରାଥୀ ଏବଂ କିଏ ପିନ୍ଧୁଚି ନୟାଗଡ ବିଧାୟକ ର ମୁକୁଟ |
REPORT BY BISWAJIT JATIN PATRA