ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ପାଖେଇ ଆସୁଛି ୨୦୨୪ ନିର୍ବାଚନ | ଅଂଟା ଭିଡ଼ିଲେଣି ସମସ୍ତ ବିପକ୍ଷ ରାଜନୈତିକ ଦଳ | ମୋଦିଙ୍କ ବିରୋଧରେ ତିଆରି ହେଉଛି ମହା ମେଣ୍ଟ | ସାମିଲ ହେଉଛନ୍ତି ବିଭିନ ବିରୋଧୀ ଦଳର ହଜାର ହଜାର ନେତା |
ତେବେ ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିଲା ବେଳେ ବିରୋଧୀ ମେଣ୍ଟ ଧୀରେ ଧୀରେ ଶକ୍ତିଶାଳୀ ହେବାରେ ଲାଗିଛି |ବିଭିନ ସମୟରେ ରାହୁଲ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ମମତା ବାନାର୍ଜୀଙ୍କ ପର୍ଯ୍ୟନ୍ତ ସମସ୍ତେ ବିରୋଧୀ ମେଣ୍ଟ ତିଆରି କରିବା ପାଇଁ ଜୋରସୋରରେ ଲାଗି ପଡିଛନ୍ତି | ବିଭିନ ପ୍ରସଙ୍ଗ କୁ ନେଇ ରାଜନୀତି କରୁଥିବା ବିରୋଧୀ ମହାମେଣ୍ଟ ପାଇଁ ନୂତନ ସଂସଦ ଭବନ ଉଦ୍ଘାଟନ ଏବେ ନିଆଁରେ ଘିଅ ଢ଼ାଳିଲା ଭଳି ପରିସ୍ଥିତି ସୃଷ୍ଟି କରିଛି | ରାଷ୍ଟ୍ରପତିଙ୍କୁ ମୋହରା କରି ରାଜନୈତିକ ଅଙ୍କ କଷୁଛନ୍ତି ବିରୋଧୀ | ଏହି ସବୁ ଭିତରେ କିନ୍ତୁ ପ୍ରଧାନମନ୍ତ୍ରୀ ଙ୍କ ଲୋକପ୍ରିୟତା ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି | ନୂତନ ସଂସଦ ଭବନ ଉଦ୍ଘାଟନ କରି ଭାରତ ବାସୀଙ୍କ ପାଇଁ ଏକ ନୂତନ ଈତିହାସ ସୃଷ୍ଟି କରିଛନ୍ତି ମୋଦି ଓ ଆଗାମୀ ପିଢ଼ି ଏହି ଇତିହାସ କୁ ମନେ ରଖିବା ବୋଲି ନିଜ ଆଭିଭାଷଣରେ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି |
ଆହୁରି ମଧ୍ୟ ଗତ ୨୬ ମଇ ୨୦୧୪ ରୁ ଲୋକସଭାରେ ବିରୋଧୀ ଦଳ ମୁଖ୍ୟ ପଦବୀ ଖାଲିପଡି ଥିବାରୁ ମୋଦିଙ୍କ ବିକଳ୍ପ କିଏ ହେବ ସେ ନେଇ ମଧ୍ୟ ଚର୍ଚା ଜୋର ଧରିଛି | ହେଲେ ନିଜକୁ ଦେଶର ମୁଖ୍ୟ ବିରୋଧୀ ଦଳ କହୁଥିବା କଂଗ୍ରେସ ଦଳ ଯେତେ ବେଳେ ଲୋକସଭାରେ ୧୦ % ସିଟ ଅକ୍ତିଆର କରି ନିଜର ବିରୋଧୀ ମୁଖ୍ୟ ଚୟନ କରି ପାରୁନାହାନ୍ତି ତେବେ କାହା ଭରସାରେ ଆଗାମୀ ଦିନରେ କଂଗ୍ରେସ ସରକାର ଗଠନ କରିବାର ଆଶା ରଖିଛନ୍ତି ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଇଛନ୍ତି |
ଏହା ଛଡା ଯଦି ଆଞ୍ଚଳିକ ଦଳ ଉପରେ ଯଦି ନଜର ପକାଇବା ତେବେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଓ ନୀତିଶ କୁମାରଙ୍କ ଜନତା ଦଳ ( ୟୁନାଇଟେଡ଼ ) ଅବା ଜେଡିୟୁ ଏଥିରେ ଆଗରେ ଅଛନ୍ତି | ରାଜ୍ୟ ରାଜ୍ୟ ବୁଲି ସମସ୍ତ ଆଞ୍ଚଳିକ ଦଳର ମୁଖ୍ୟଙ୍କ ସହ କଥା ହେବ ଠୁ ଆରମ୍ଭ କରି ଆଗାମୀ ଦିନରେ କିଭଳି ଭାବରେ ସେମାନଙ୍କୁ ବିରୋଧୀ ମେଣ୍ଟରେ ସାମିଲ କରି ହେବ ସେ ନେଇ ପ୍ରୟାସ ଜାରିରଖିଛନ୍ତି ବିରୋଧୀ ମହାମେଣ୍ଟ | ତେବେ ଏଇ ସବୁ ବାଦ ପଡିଛନ୍ତି ଭାରତର ତୃତୀୟ ଧନୀ ରାଜନୈତିକ ଦଳ ଅଥବା ବିଜେଡି | ଖୋଦ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ସାମୁଖ୍ୟରେ ନାହାନ୍ତି ବିଲି ସ୍ପଷ୍ଟ କରିଛନ୍ତି |
ତେବେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ କଣ ହେଉଛି କେନ୍ଦ୍ର ରାଜନୈତିକ ପରିସ୍ଥିତି ଓ ମୋଦି ଙ୍କ ବିକଳ୍ପ କିଏ ସାଜୁଛନ୍ତି ତାହା ଦେଖିବାକୁ ବାକି ରହିଲା |