ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଉତ୍କଳ ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର୍ ଭାବେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଡକ୍ଟର କାହ୍ନୁ ଚରଣ ଧୀର ନିଯୁକ୍ତ ହୋଇଛନ୍ତି। ପାରାଦୀପରେ ଅନେକ ଦିନ ଧରି ନିଜ ଦାୟିତ୍ଵକୁ ସୂଚାରୁରୂପେ ପାଳନ କରି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ବିଶେଷକରି ତାଙ୍କ ନେତୃତ୍ବରେ କଳିଙ୍ଗ ବାଲିଯାତ୍ରା ପାରାଦୀପରେ ସଫଳତାର ସହ ଆୟୋଜନ ହୋଇଛି ଯେହେତୁ ପାରାଦୀପ ଏକ ଶିଳ୍ପାଞ୍ଚଳ, ସେଥିପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ଦାୟିତ୍ବ ବେଶ୍ ଅଧିକ ମାତ୍ର ନିଜ ଦକ୍ଷତାର ପରିଚୟ ଦେଇ ଶିଳ୍ପ ସଂସ୍ଥାଗୁଡ଼ିକରେ ହେଉଥିବା ବଡ଼ ବଡ଼ ଧର୍ମଘଟକୁ ସମାଧାନ କରି ଶ୍ରମିକଙ୍କୁ ନ୍ୟାୟ ପ୍ରଦାନ କରିବାରେ ସେ ବେଶ୍ ସଫଳ ହୋଇଛନ୍ତି |
ସେ ପାରାଦୀପରେ ଦାୟିତ୍ବରେ ଥିବା ସମୟରେ ସମସ୍ତ ଜିଲ୍ଲାପାଳଙ୍କ ବେଶ୍ ପ୍ରିୟଭାଜନ ହୋଇପାରିଛନ୍ତି। ଜଣେ ଭଦ୍ର, ଭଲ ଲେଖକ ଓ ବକ୍ତା ହିସାବରେ ସମଗ୍ର ଜିଲ୍ଲାରେ ତାଙ୍କର ସୁନାମ ରହିଥିଲା। କେବଳ ସେତିକି ନୁହେଁ ଅନେକ ମାସ ହେଲା ପାରାଦୀପ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ମଧ୍ୟ ତାଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା।
ଏପଟେ ଅତିରିକ୍ତ ଜିଲ୍ଲାପାଳ ପଦବିର ଚାପ ସାଙ୍ଗକୁ ନୂତନ ଦାୟିତ୍ୱକୁ ମଧ୍ୟ ସେ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ବେଶ୍ ସଫଳ ହୋଇଥିଲେ। ତାଙ୍କ ଦକ୍ଷତାକୁ ଦୃଷ୍ଟିରେ ରଖି ରାଜ୍ୟର ସମ୍ମାନଜନକ ଉତ୍କଳ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର୍ ଭାବେ ତାଙ୍କୁ ନିଯୁକ୍ତି ମିଳିଛି। ଆଜି ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଡକ୍ଟର ଶ୍ରୀ ଧୀରଙ୍କୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି। ସେଠାରେ ମଧ୍ୟ ସେ ବେଶ୍ ସଫଳ ହେବେ ବୋଲି ସମସ୍ତେ ଆଶା ରଖିଛନ୍ତି।
REPORT BY BISWAJIT JATIN PATRA