ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ମୋଦି ଆସୁଛନ୍ତି ଓଡିଶା | ବିଜେପିର ଆରମ୍ଭ ହେବ ମହା ଜନସମ୍ପର୍କ ଅଭିଯାନ | ପ୍ରଧାନମନ୍ତ୍ରୀଙ୍କ ସହ ସାମିଲ ହେବେ ଦଳର ବିଭିନ ହେଭିୱେଟ ନେତା | ତେବେ ଗତ ୩୧ ମଇ ଠାରୁ ଆସନ୍ତା ୩୦ ଜୁନ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଦେଶ ବ୍ୟାପି ଜଣ ସମ୍ପର୍କ ଅଭିଯାନ ଆରମ୍ଭ କରିଛି | ଦେଶର ସମସ୍ତ ରାଜ୍ୟରେ ଗତ ୯ ବର୍ଷ ଧରି ମୋଦି ସରକାର କରିଥିବା ସଫଳତା କୁ ବଖାଣିବା ପାଇଁ ଆରମ୍ଭ ହୋଇଛି ଏଇ ପ୍ରୟାସ | ତେବେ ଗତ ୪ ବର୍ଷରେ ଥରୁଟିଏ ହେଲେ ସାଙ୍ଗଠନିକ କାର୍ଯ୍ୟରେ ଓଡିଶା ଆସିନଥିବା ମୋଦି ଜିଣିପାରିବେ କି ଓଡିଶା ବାସୀଙ୍କ ମନ |
ଯଦି ଆମେ ସଂଖ୍ୟା ଉପରେ ନଜର ପକାଇବା ତେବେ ଗୋଟିଏ ମାସ ମଧ୍ୟରେ ସାରା ଭାରତରେ ୫୧ଟି ମହାରାଲି ଅନୁଷ୍ଠିତ ହେବ ଯାହା ଅନ୍ତର୍ଗତ ଓଡ଼ିଶାରେ ୪ଟି ମହାରାଲି ଅନୁଷ୍ଠିତ ହେବ | ଗତ କାଲି ରାଜସ୍ତାନର ଅଜମେର ଠାରୁ ଆରମ୍ଭ ଏଇ ରାଲି ଆଗାମୀ ଦିନରେ ଭାରତର ସମସ୍ତ ରାଜ୍ୟରେ ଅନୁଷ୍ଠିତ ହେବ | ତେବେ ଓଡ଼ିଶାରେ ହେବାକୁ ଥିବା ଏଇ ରାଲିରେ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଯୋଗଦେବେ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି | ଗତ ୨୦୧୯ରେ ବାରମ୍ବାର ଓଡ଼ିଶାରେ ମହା ସମାବେଶ କଲା ପରେ ବି ବିଧାନସଭାରେ ମାତ୍ର ୨୩ଟି ସିଟ ଜିତିଥିଲା ବିଜେପି ଓ ଲୋକସଭାରେ ୮ଟି ସିଟ ଜିତିଥିଲେ ମଧ୍ୟ ତାର କୌଣସି ପ୍ରଭାବ ଦେଖିବାକୁ ମିଳିନଥିଲା | ତେବେ ଚର୍ଚା ହେଉଛିକି ମୋଦି-ନବୀନ ମଧୁଚନ୍ଦ୍ରିକା କୁଆଡେ ଓଡ଼ିଶାରେ ବିଜେପିର ସ୍ତିତି ଦୁର୍ବଳ କରିଛି | ରାଜ୍ୟସ୍ତରରେ ବିଜେପି ନେତା ମାନେ ଲଢୁଥିଲେ ମଧ୍ୟ କେନ୍ଦ୍ରସ୍ଥରର ନବୀନଙ୍କ ପୂର୍ଣ୍ଣ ସମର୍ଥନ ଓ ମୋଦିଙ୍କ ନବୀଙ୍କ ପ୍ରତି ଭଲ ପାଇବା ବିଜେପି କୁ ରାଜ୍ୟରେ କାଳ ସାଜୁଛି |
ଆହୁରି ମଧ୍ୟ ଡବଲ ଇଂଜିନ ସରକାର ବିଜେପି ନବୀନ ଙ୍କ କାର୍ଯ୍ୟ ଦକ୍ଷତା ସାମ୍ନାରେ ଫିକା ପଡିଯାଇଛି ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଇଛନ୍ତି | ତେବେ ମୋଦିଙ୍କ ଓଡିଶା ଗ୍ରସ୍ଥସହ ଓଡ଼ିଶାରେ ମହାରାଲି ପରେ ରାଜ୍ୟ ରାଜନୀତିରେ କଣ ପ୍ରଭାବ ପଡୁଛି ତାହା ଦେଖିବାକୁ ବାକି ରହିଲା |