ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଜି ବରିଷ୍ଠ ନାଗରିକ ସଚେତନତା ମଞ୍ଚ ତରଫରୁ ରାଜଭବନ ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ ଓ କନ୍ଧମାଳ ଲୋକସଭା ସାଂସଦ ତଥା କୀଟ, କିସ ଓ ଆର୍ଟ ଅଫ ଗିଭିଂଗର ପ୍ରତିଷ୍ଠାତା ଶ୍ରୀ ଅଚ୍ୟୁତ ସାମନ୍ତ ଏବଂ ବରିଷ୍ଠ ସିନେ ସମୀକ୍ଷକ ଦିଲୀପ ହାଲି ଓ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ମହୋଦୟ ଯୋଗ ଦେଇଥିଲେ ଓ ଏହାସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବରିଷ୍ଠ ନାଗରିକଗଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ | ସାହାଯ୍ୟ ସହଯୋଗ,ଉଦାରତା ଏବଂ ଏହା ସହ ଗରିବ ଓ ଅସହାୟ ପିଲାଙ୍କୁ ମେଧାବୀ କରିବାରେ ଯାହାଙ୍କ ନିରନ୍ତନର ପ୍ରୟାସ,ଓଡ଼ିଶାର ଗର୍ବ ଗୌରବ ଦେଶବିଦେଶରେ ପରିଚୟ ଦେବାରେ ଯାହାଙ୍କର ଅବଦାନ ଅତୁଳନୀୟ |ସେହି ମହାନ ବ୍ୟକ୍ତିତ୍ୱ ଡକ୍ଟର ଅଚୁତ ସାମନ୍ତଙ୍କୁ ମାନବବାଦର ମହାନାୟକ ସମ୍ମାନରେ ସମ୍ମାନିତ କଲେ ରାଜ୍ୟପାଳ | ଆର୍ଟ ଅଫ ଗିଭିଂଗ ଭଳି ଏକ ଅନନ୍ୟ ପରିକଳ୍ପନା ପାଇଁ ଦେଶ ବିଦେଶରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଡକ୍ଟର ସାମନ୍ତଙ୍କୁ ମହାମହିମ ରାଜ୍ୟପାଳ ପ୍ରଶଂସା କରିଥିଲେ | ଏହା ସହ ବରିଷ୍ଠ ସିନେ ସମୀକ୍ଷକ ଶ୍ରୀ ଦିଲୀପ ହାଲି ମଧ୍ୟ ବରିଷ୍ଠ ନାଗରିକ ସଚେତନତା ମଞ୍ଚ ପକ୍ଷରୁ ଡକ୍ଟର ସାମନ୍ତଙ୍କୁ ଅନେକ ଶୁଭେଚ୍ଛା ଓ ସାଧୁବାଦ ଜଣାଇବା ସହ ଏପରି ଏକ ପରିକଳ୍ପନା ଦ୍ୱାରା ଆଜିର ଯୁବ ସମାଜ ଆର୍ଟ ଅଫ ଗିଭିଂଗର କିଭଳି ଭାଗିଦାର ହୋଇ ପାରିବେ ସେ ନେଇ ଚର୍ଚା କରିଥିଲେ| ଏହା ସହ ଆଗାମୀ ଦିନରେ “ଦେବାର କଳା” ଅଥବା ଆର୍ଟ ଅଫ ଗିଭିଂଗକୁ ଆଗମୀଦିନରେ କିଭଳି ବିଶ୍ୱସ୍ତରରେ ପହଞ୍ଚାଇ ହେବ ସେନେଇ ଡକ୍ଟର ଅଚୁତ ସାମନ୍ତ ଅଭିଭାଷଣରେ ଆଲୋକପାତ କରିଥିଲେ |