ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଦିଲ୍ଲୀ ପରେ ଏବେ ରାଜସ୍ଥାନରେ ମାଗଣା ବିଜୁଳି | ଆଜିଠୁ ରାଜସ୍ଥାନର ସମସ୍ତଂସ୍ଟ ଘର ପିଛା ମିଳିବ ମହାଗଣ ୧୦୦ ୟୁନିଟ ବିଜୁଳି | ଏ ନେଇ ଶୁକ୍ରବାର ରାଜ୍ୟ ବଜେଟରେ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି ରାଜସ୍ତାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ | ଆଗକୁ ୨୦୨୪ ସାଧରଣ ନିର୍ବାଚନ ଥିଲା ବେଳେ ପୁଣି ଠାରେ କଂଗ୍ରେସ କିପରି ସରକାର କରିବ ସେ ନେଇ ଏପରି ନୂଆ ନୂଆ ଯୋଜନା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ | ତେବେ ସେତିକି ନୁହେ ସାଧାରଣ ଲୋକ ପିଚ୍ଛା ୧୦୦ ୟୁନିଟ ଓ ଚାଷୀ ମାନଙ୍କ ପିଚ୍ଛା ମାସକୁ ୨୦୦୦ ୟୁନିଟ ମାଗଣା ବିଜୁଳି ଦେବା ପାଇଁ ସରକାର ନିଷ୍ପତି ନେଇଛନ୍ତି | ଏହା ଦ୍ୱାରା ପ୍ରାୟ କୋଟିଏ ଘରୋଇ ଉପଭୋକ୍ତା ଉପକୃତ ହେବେ ବୋଲି ସରକାରଙ୍କ ତରଫରୁ ଆକଳନ କରାଯାଇଛି | ଏହି ଯୋଜନା ଲାଗି ସରକାରଙ୍କୁ ଅତିରିକ୍ତ ୫୨୦୦ କୋଟି ତାଙ୍କର ଅତିରିକ୍ତ ଖର୍ଚ ସହିବାକୁ ପଡିବ | ପୂର୍ବରୁ ସରକାର ଦେଉଥିବା ସବ୍ସିଡ଼ିର ପରିମାଣ ୩୦୦ କୋଟିରୁ ୭୦୦ କୋଟି ହୋଇଥିଲା ବେଳେ ବର୍ତମାନର ମାଗଣା ବିଜୁଳି ମିଶାଇଲେ ୭୦୦୦ କୋଟି ଟଙ୍କାର ଅତିରିକ୍ତ ବୋଝ ବଢିବ |