ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ବିକାଶରେ ଆଉ ପାଦେ ଆଗକୁ ଯାଇଛି ଉତ୍କଳ ବିଶ୍ୱବିଦ୍ୟାଳୟ . ବହୁ ଦିନରୁ ଜରାଜୀଣ୍ଣ ଅବସ୍ଥାରେ ପଡିଥିବା ସେଣ୍ଟ୍ରାଲ କ୍ୟାଣ୍ଟିନକୁ ଆଜି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ପୁନନିର୍ମାଣ କରାଯାଇ ଛାତ୍ରଛାତ୍ରୀ ମାନଙ୍କ ଉଦେଶ୍ୟରେ ସମର୍ପିତ କରାଯାଇଛି. ସୁନ୍ଦର ସ୍ଥାପତ୍ୟ ଡିଜାଇନ୍, ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ସହ ଖାଦ୍ୟର ଗୁଣବତ୍ତା କିଭଳି ଭାବରେ ସଠିକ ରହି ପାରିବ ସେନେଇ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି. ଗତକାଲି ସନ୍ଧ୍ୟାବେଳେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଙ୍କ ସମେତ କୁଳ ସଚିବ ଅଭୟ ନାୟକ ଆସି ପୁନର୍ନିର୍ମିତ ସେଣ୍ଟ୍ରାଲ କ୍ୟାଣ୍ଟିନ କୁ ଉନ୍ମୋଚନ କରିଛନ୍ତି .ଏହି ପ୍ରଶଂସନୀୟ ପଦକ୍ଷେପ ପାଇଁ ବିଶ୍ୱବିଦ୍ୟାଳୟ ପ୍ରାଧିକରଣକୁ ଛାତ୍ରଛାତ୍ରୀ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି.
