ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆଜି ହେବ ନୀତି ଆୟୋଗର ବୈଠକ. ସବୁଥର ପରି ପୁଣି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦାବି ଉପସ୍ଥାପନା କରିବେ . ସେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କଥା ହେଉ ଅବା କେନ୍ଦ୍ରର ଅସହଯୋଗ କଥା ହେଉ ସବୁ କାମରେ ଅବହେଳା କରି ଆସୁଛନ୍ତି କେନ୍ଦ୍ରସରକାର. ବିଗତ ୯ ବର୍ଷ ଧରି କେନ୍ଦ୍ରରେ ବିଜେପି ସରକାର ଥିଲେ ମଧ୍ୟ ଉଦେଶ୍ୟ ମୂଳକ ଭାବେ ଓଡିଶାକୁ ଅଣଦେଖା କରାଯାଉଛି ବୋଲି ରାଜ୍ୟ ସରକାର ଦାବି କରିଛନ୍ତି. ତେବେ ନୀତିଆୟୋଗର ଗଭର୍ଣ୍ଣିଙ୍ଗ ବଡ଼ି କାଉନସିଲ ବୈଠକରେ ଓଡ଼ିଶାର ସମସ୍ତ ହକ କୁ ଆଜି ଉପସ୍ଥାପନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. ପ୍ରତିବର୍ଷ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ବାତ୍ୟା, ବନ୍ୟା, ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ରାଜ୍ୟର ଆର୍ଥିକ ମେରୁଦଣ୍ଡ ଦୋହଲିଯାଉଛି । ତେବେ ଏ ସମସ୍ତ ଦାବିକୁ ନେଇ ଆଜି ଦିଲ୍ଲୀରେ ସ୍ୱର ଉଠାଇବେ ନବୀନ . ତେବେ ଗୁରୁତ୍ୱପୁର୍ଣ କଥା ହେଉଛି କି ପ୍ରଧାନମନ୍ତ୍ରୀଙ୍କ ଅଧକ୍ଷତା ରେ ଏହି ବୈଠକ ହେଉଥିବାରୁ ବିରୋଧୀମାନେ ବୈଠକ କୁ ଆସିବାକୁ ମନା କରିଥିବାରୁ
ଓଡିଶାବାସୀଙ୍କ ସ୍ୱାର୍ଥ ପାଇଁ ଆଜି ବୈଠକରେ ଯୋଗଦେଉଛନ୍ତି ନବୀନ .