ସନଷ୍ଟାର ଟିଭି ବ୍ୟୁରୋ
କୋରାପୁଟ : ଆଜି କୋରାପୁଟ ଜିଲା ରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ଜିଲା କଂଗ୍ରେସ ।
ଜିଲା ସଭାନେତ୍ରୀ ମିନାକ୍ଷୀ ବାହିନିପତି ଙ୍କ ଆହ୍ୱାନରେ ଜିଲା ବନ୍ଦ କରାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକରା କୋରାପୁଟ ଜିଲାକୁ ଅବହେଳା କରୁଥିବା ଅଭିଯୋଗରେ ବନ୍ଦ ପାଳନକରାଯାଉଥିବା ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି କହିଛନ୍ତି । ଜୟପୁର ଦେଇ ଯାଇଥିବା ଜାତୀୟ ରଜପଥ ୨୬ ମୁଖ୍ୟ ଟ୍ରାଫିକ ଛକ ଠାରେ ରାସ୍ତା ଅବରୋଧ କରାଯାଇଛି ।ଦୋକାନ, ବଜାର, ଚକ, ଅଖ, ସରକାରୀ କାଯ୍ୟାଳୟ ସବୁ ବନ୍ଦ ରହିଛି । ଶହ ଶହ ଗାଡି ଆଟକି ରହିଛି । ଜୟପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବା,କୋରାପୁଟ ଜିଲାର ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଜ ଜିଲାରେ ନିଯୁକ୍ତି ସୁଯୋଗ ଦେବା , କୋରାପୁଟ ଜିଲାର ସିଟି, ବିଇଡି ଏବଂ ଡିଆଇଇଟି ତାଲିମ ପ୍ରାପ୍ତ ଯୁବକ ଯୁବତୀ ମାନଙ୍କୁ ଆଗ୍ରାଧିକାର ଭିତ୍ତିରେ କୋରାପୁଟ ଜିଲାରେ ଶିକ୍ଷକ/ ଶିକ୍ଷୟତ୍ରୀ ନିଯୁକ୍ତି ଦିଆଯାଉ, କୋରାପୁଟ ଜିଲାରେ ବିଭିନ୍ନ ବିଭାଗରେ ଖାଲି ପଡିଥିବା ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀ ଗୁଡିକରେ ସ୍ଥାନୀୟ ନିଯୁକ୍ତି ଦିଆଯାଉ, ଏହି ଜିଲାର ତାଲିମ ପ୍ରାପ୍ତ ଏଏନଏମ ଏବଂ ବିଏସି ନସିଂ ପ୍ରାର୍ଥି ମାନଙ୍କୁ ଆଗ୍ରାଧିକାରି ଭିତ୍ତିରେ ନିଯୁକ୍ତି ଦିଆଯାଉ, କୋରାପୁଟ ଠାରେ ଥିବା ବିଇଡି କଲେଜରେ ଦିର୍ଘ ତିନି ବର୍ଷ ହେଲା ବିଭିନ୍ନ ଅଧ୍ୟାପକ ପଦବୀ ଖାଲି ରହିଛି ଏବଂ ପିଲାଙ୍କ ପ୍ରବେଶ ବନ୍ଦ ରହିଛି । ଫଳରେ ଜିଲାରଛାତ୍ର ଛାତ୍ରୀ ମାନେ ତାଲିମ ପାଇ ଅନ୍ୟ ରାଜ୍ୟକୁ ଯାଇ ବିଭିନ୍ନ ଠକାମିର ଶୀକାର ହେଉଛନ୍ତି, ତେଣୁ ତୁରନ୍ତ ବନ୍ଦ ହୋଇ ରହିଥିବା ବିଇଡି କଲେଜକୁ ଶହେ ସିଟ ବିଶିଷ୍ଟ
କରି ଖୋଲାଯାଉ, ଜୟପୁର ଠାରେ କେନ୍ଦ୍ରୀୟ ଡ୍ରାଇଭିଙ୍ଗ ତାଲିମ ଗବେଷଣା କେନ୍ଦ୍ର ପ୍ରତିଷ୍ଠା, ଜୟପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଆଦି ଦାବି । ପୋଲିସତରଫରୁ ସୁରକ୍ଷା କୁ କଡା କଡି କରାଯାଇଛି ।ଏହି ଦାବୀ କୁ ସିପିଆଇ ସାମର୍ଥନ କରି ରାଜ ରାସ୍ତା ରେ ବିକ୍ଷୋଭ କରିଛି ।