ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର ; ଆସିଲା ନୂଆ ଅବକାରୀ ନିୟମ । ଏଣିକି ଓଡିଶାର ସବୁ ବେଳାଭୂମିରେ ମିଳିବ ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ । ଏପ୍ରିଲ ପହିଲାରୁ ଲାଗୁହେବ ଏହି ନିୟମ , ରାଜ୍ୟର ବେଳାଭୂମିରେ ଖୋଲିହେବ ମଦ ଦୋକାନ । ରାଜ୍ୟରେ ପର୍ଯ୍ୟଟନକୁ ଏହା ଆଗକୁ ବଢାଇବାରେ ସହାୟ ହେବ ବୋଲି ସରକାର ଲକ୍ଷ ରଖିଛନ୍ତି । ଏହି ନିୟମ ଆଧାରରେ ବିଚ୍ଶାକ ବା ମଦ ଝୁମ୍ପୁଡିକୁ ମିଳିଲା ଅନୁମତି । କିନ୍ତୁ ଏହି ଲାଇସେନ୍ସ କେବଳ OTDC ବା ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ କୁ ହିଁ ଦିଆଯିବ । ପ୍ରତି ବେଳାଭୂମିରେ ମଦ ଦୋକାନ ପାଇଁ ବାର୍ଷିକ ଲାଇସେନ୍ସ ଫି ୫୦,୦୦୦ ଟଙ୍କା ରହିବ । ଏଣିକି ବେଳାଭୂମି ପର୍ଯ୍ୟଟକଙ୍କ ହାତ ପାଖରେ ମିଳିବ ମଦ ।