ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କଟକରେ ଅଛି ପାରା ତାଲିମ କେନ୍ଦ୍ର | ସେଠି ତାଲିମଣେଉଛି ୧୦୫ଟି ପାରା | ଯେଉଁମାନେ କି ଖବର ଦିଆନିଆ କରିଥାନ୍ତି | ଏହି ତାଲିମ କେନ୍ଦ୍ରରେ ୩ ପ୍ରକାରର ପାରା ଅଛନ୍ତି | ଷ୍ଟ୍ରାଟିକ , ବୁମରା ଏବଂ ମୋବାଇଲ ପାରା | ଏମାନେ ବିଭିନ୍ନ ପ୍ରକାରର ସେବା ଯୋଗାଇଥାନ୍ତି | ସୂଚନା ମୁତାବକ ବନ୍ୟା , ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ପାରା ମାନେ ଖବର ଦେବା ନେବାରେ କାମ କରିଥିଲେ | ଏହି ପାରାଙ୍କୁ ମେସେଞ୍ଜର ପାରା କୁହାଯାଏ |
ଖବର ଦେବାନେବା କାମ କରିଥାଏ ପାରା | ପାରାର ବିଚକ୍ଷଣ ଶକ୍ତି ଖୁବ ପ୍ରଖର ହୋଇଥାଏ | ଅତି ସହଜରେ ଦିଗ ଜାଣିପାରେ ପାରା | ଯେତେ ବାଧା ଅସୁବିଧା ଆସିଲେ ମଧ୍ୟ କେବେ ସେ ନିଜ ବାଟ ଭୁଲେନି | ଯୁଆଡେ ବି ପଠାଇଲେ ଖୋଜି ଖୋଜି ଠିକଣା ସ୍ଥାନରେ ପହଞ୍ଚିଯାଏ ପାରା | ପାରାର ଗତି ଖୁବ ଅଧିକ | ପ୍ରତିକୂଳ ପାଗରେ ପାରା ସହଜରେ ଉଡ଼ିପାରେ | ଝଡ,ବାତ୍ୟା,ବର୍ଷା ଓ ଖରାରେ ବି ବିନା ବାଧାରେ ଉଡ଼ିପାରେ ପାରା | ଖୁବ ଜୋରରେ ବହୁଥିବା ପବନ ପାରର ଦିଗକୁ ବଦଳାଇପାରେ ନାହିଁ |
ଗୁଇନ୍ଦା ପାରା କିପରି ଗୁଇନ୍ଦାଗିରି କରେ ଆପଣ ଜାଣିଛନ୍ତି କି, ୧୯୦ରେ ପାରା ଦେହରେ କ୍ୟାମେରା ଲଗାଯାଇଥିଲା | ସେଥିରେ ବିଭିନ୍ନ ଫଟୋ ଏବଂ ଭିଡ଼ିଓ ବନଯାଇଥିଲା | ଜର୍ମାନ ଫଟୋଗ୍ରାଫର ପୋଷା ପାରା ଦେହରେ କ୍ୟାମେରା ଲଗାଇ ଫଟୋ ଉଠାଇଥିଲେ | ସେପଟେ ଇତିହାସ ରେ ଉଲେଖ୍ୟ ଅଛି ଯେ , ପ୍ରଥମ ବିଶ୍ୱଯୁଦ୍ଧରୁ ପାରା ଦ୍ଵାରା ଗୁଇନ୍ଦାଗିରି ଆରମ୍ଭ ହୋଇଥିଲା | ବିନା କୌଣସି ସନ୍ଧ୍ୟାରେ ଶତ୍ରୁ ମୁଣ୍ଡ ଉପରେ ଉଡି ସେମାଙ୍କ ଗତିବିଧି ପରଖିଥାଏ ପାରା | ବଙ୍କର , ଅସ୍ତ୍ରାଗାର , ଯୁଦ୍ଧାଅସ୍ତ୍ରର ଭିଡିଓ ଓ ଫଟୋ ସଂଗ୍ରହ କରିଥିଲା ପାରା | ପ୍ରଥମ ବିଶ୍ୱଯୁଦ୍ଧ ସଫଳତା ହାସଲ କରିବା ପରେ ଦ୍ୱିତୀୟ ବିଶ୍ବଯୁଦ୍ଧରେ ରେ ଏହି ପାରାମାନଙ୍କୁ ବ୍ୟବହାର କରାଯାଇଥିଲା |
ସେପଟେ ସବୁ ପକ୍ଷୀଙ୍କ ଠାରୁ ପାରା ଅଧିକ ସ୍ମାର୍ଟ ବୋଲି କୁହାଯାଏ | ଘରୋଇ ପାରାଙ୍କୁ ଗୁଇନ୍ଦାଗିରି ପାଇଁ ତାଲିମ ଦିଆଯାଏ | ଘରୋଇ ପରିବେଶରେ ପାରାଙ୍କୁ ଟ୍ରେନିଂ ଦିଆଯାଇଥାଏ | ଏହାସହ ଗୋଟିଏ ପଥରେ ଯିବା ଆସିବା ପାଇଁ ମଧ୍ୟ ଅମାନଙ୍କୁ ତାଲିମ ଦିଆଯାଇଥାଏ | ପୃଥିବୀରେ ୫ଶହ ରୁ ଅଧିକ ପ୍ରଜାତିର ପାରା ଅଛନ୍ତି | ସେଠି ମଧ୍ୟରୁ କିଛି ନିର୍ଦ୍ଧିଷ୍ଟ ପ୍ରଜାତିର ପାରାଙ୍କୁ ତାଲିମ ଦିଆଯାଏ | ଗୁଇନ୍ଦାଗିରି ପାଇଁ କଲମ୍ବିୟା , ବେଲଜିୟମ ବ୍ରିଡ଼ ପାରାଙ୍କୁ ବଛାଯାଇଥାଏ |
କଲମ୍ବିୟା ବ୍ରିଡ଼ ପାରା ଦୀର୍ଘ ସମୟ ଧରି ଆକାଶରେ ଉଡ଼ିପାରେ | ଅନ୍ୟ ପାରା ମାନଙ୍କ ସହ ବସତି ସ୍ଥାପନା କରନ୍ତି | ହେଲେ କୌଣସି ଅଜଣା ସ୍ଥାନରୁ ଖାଦ୍ୟ ଗ୍ରହଣ କରନ୍ତି ନାହିଁ | କେବଳ ନିଜର ଅଞ୍ଚଳରୁ ଖାଦ୍ୟ ଗ୍ରହଣ କରିଥାନ୍ତି | ଏଭଳି ଭାବେ ପାରା ମାନଙ୍କୁ ତାଲିମ ପ୍ରଦାନ କରାଯାଇଥାଏ |
ରିପୋର୍ଟ: ଦୀପା ପ୍ରଧାନ