ସନଷ୍ଟାର ଟିଭି ବ୍ୟୁରୋ
ଗଞ୍ଜାମ: ଆଜିଠୁ ଆରମ୍ଭ ହେଲା ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା | ଏଥିପାଇଁ ଚଳଚଞ୍ଚଳ ଗଞ୍ଜାମର ରତ୍ନଗିରି ପାହାଡ଼ | ଆଜି ଚୈତ୍ର ଯାତ୍ରାର ପ୍ରଥମ ମଙ୍ଗଳବାର । ଏଥିପାଇଁ ଆଜି ସକାଳୁ ସକାଳୁ ମା’ ତାରାତାରିଣୀଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଛି | ମାସର ୪ଟି ମଙ୍ଗଳବାରରେ ହେବ ଦେବୀଙ୍କ ସ୍ବତନ୍ତ୍ର ପୂଜା । ଏଠି ବିଶ୍ୱାସ ରହିଛି ଯେ ମା’ ତାରାତାରିଣୀ ଭକ୍ତ ମାନଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ କରନ୍ତି | ମାନସିକଧାରୀ ସେମାନଙ୍କ ଛୁଆଙ୍କୁ ମୁଣ୍ଡନ କରି ମା’ଙ୍କ ଆଶିଷ ନେଇଥାନ୍ତି | ସେଥିପାଇଁ ୫ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି |
ସେପଟେ କରୋନା କଟକଣା ପାଇଁ ଦୀର୍ଘଦିନ ହେବ ମା’ଙ୍କ ଏହି ଯାତ୍ରା ବନ୍ଦ ହୋଇଥିବାବେଳେ , ଚଳିତ ବର୍ଷ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି | ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ପାଇଁ ୨ଜଣ ଅତିରିକ୍ତ ଏସପି, ୩ ଜଣ ଡିଏସପି, ୧୪ ଜଣ ଇନ୍ସପେକ୍ଟରଙ୍କ ସହ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ରିପୋର୍ଟ: ଦୀପା ପ୍ରଧାନ