ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଓଡ଼ିଶା ପାଇଲା ଜାତୀୟ ପୁରସ୍କାର | ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓସଡମାକୁ ସୁଭାଷଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର-୨୦୨୩ ମିଳିବା ପରେ ଦିଲ୍ଲୀରୁ ଫେରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପ୍ରମିଳା ମଲ୍ଲିକ ଏବଂ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ଏସଆରସି ନିକୁଞ୍ଜ ଧଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି | ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓଡିଶାକୁ ସମ୍ମାନ ଦେବା ସହିତ ପ୍ରଶଂସା କରିଥିଲେ ।
ସେପଟେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଜିରୋ କାଜୁଆଲଟି ସଫଳ ହୋଇଥିବାବେଳେ , କେନ୍ଦ୍ର ସରକାର ମଧ୍ୟ ପୁରସ୍କାର ଦେଇଛନ୍ତି ।ଲୋକ ଓ ଗୃହପାଳିତ ପ୍ରାଣୀଙ୍କୁ ସୁରକ୍ଷିତ ସ୍ଥାନକୁ ନେବା, ମାଗଣା ଖାଦ୍ୟ ଯୋଗାଣ, ଜଳ ନିଷ୍କାସନ ବ୍ୟବସ୍ଥା, ବିପର୍ଯ୍ୟୟ ପରେ ପରେ ରାସ୍ତା ସଫା କରିବା ପରି ପ୍ରାକ୍ ପ୍ରସ୍ତୁତି ଯୋଗୁ ଏହା ସମ୍ଭବ ହୋଇଛି । ବାହାର ରାଜ୍ୟରେ ବନ୍ୟା ସମୟରେ ଓଡ୍ରାଫ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥାଏ । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପାଇଁ ଓଡ଼ିଶାକୁ ସମ୍ମାନିତ କରିଛି କେନ୍ଦ୍ର ।
ରିପୋର୍ଟ: ଦୀପା ପ୍ରଧାନ