ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ; ପରଲୋକରେ ଭେଟେରାନ୍ ଷ୍ଟାର, ପରଲୋକରେ ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକ, ମାତ୍ର ୬୭ ବର୍ଷ ବୟସରେ ପ୍ରାଣ ହରାଇଲେ ସତୀଶ । ଏନେଇ ସୂଚନା ଦେଲେ ଅନୁପମ୍ ଖେର । ଏକାଧାରରେ ଜଣେ ଅଭିନେତା, ନିର୍ଦ୍ଦେଶକ ଏବଂ ଫିଲ୍ମ ପ୍ରଯୋଜକ ଥିଲେ ସତୀଶ କୌଶିକ । ସେ ୧୦ ରୁ ଅଧିକ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି, ଶତାଧିକ ଫିଲ୍ମରେ ଅଭିନୟର ଛାପ ଛାଡି ଯାଇଛନ୍ତି ସତୀଶ । ୧୯୫୬ ଏପ୍ରିଲ ୧୩ ତାରିଖରେ ଜନ୍ମ ହୋଇଥିଲେ ସତୀଶ, ୧୯୮୩ ରେ ମାସୁମ୍ ଫିଲ୍ମରେ ସହ-ନିର୍ଦ୍ଦେଶକ ଭାବେ ବଲିଉଡରେ ପାଇଥିଲେ ବ୍ରେକ୍ । ଥିଏଟର୍ ପରେ ବଲିଉଡରେ ପାଇଥିଲେ ବ୍ରେକ୍ ।