ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର ; କାଲି ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ, ଆସନ୍ତା କାଲି ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଉରକେଲା ରେ ହକି ପ୍ରୋ ଲିଗ୍ ମ୍ୟାଚ୍ ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏହାସହ ବିର୍ସାମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମ ସହିତ ପାନପୋସ ମାର୍କେଟ୍ କମ୍ପଲେକ୍ସ, ଛେଣ୍ଡ ଇନ୍ଡୋର ଷ୍ଟାଡିୟମ ଏବଂ ଜିଲ୍ଲାର କିଛି ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ, ତା ସହିତ କିଛି ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମ ରହିଥିବା ସୂଚନା ଅଛି ।