ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଦୀର୍ଘ ୧୦ ଦିନ ପରେ ଖୋଲିଲା କପିଳେଶ୍ୱର ମନ୍ଦିର | ଦୁଇ ସେବାୟତଙ୍କ ମଧ୍ୟରେ ଲାଗି ରହିରହିଥିବା ବିବାଦକୁ ନେଇ ମନ୍ଦିରରେ ତାଲା ପଡିଥିଲା | କପିଳେଶ୍ୱରଙ୍କ ଯାତ୍ରା ବା ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଜାତ ଠାରୁ ବନ୍ଦ ରହିଥିଲା | ଦୀର୍ଘ ୧୦ ଦିନ ହେବ ପ୍ରଭୁ କପିଳେଶ୍ୱର ବିନା ପୂଜାରେ ଉପାସରେ ରହିଥିଲେ |
ସେପଟେ ଆଜି ଶତାଧିକ ମହିଳାମାନେ ଆସି ମନ୍ଦିରର ତାଲା ଭାଙ୍ଗିଥିଲେ | ଏହାପରେ ମନ୍ଦିରରେ ଭକ୍ତ ମାନଙ୍କ ଭିଡ ଜମିଥିଲା | ତେବେ ମନ୍ଦିର ଦ୍ବାର ଖୋଲା ଯାଇଥିଲେ ବି ନିତିକାନ୍ତି କିଭଳି ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ସେପଟେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁରୁଣା ଭୁବନେଶ୍ବର ସ୍ଥିତ କପିଳେଶ୍ୱର ମନ୍ଦିର ନିକଟରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ରିପୋର୍ଟ: ଦୀପା ପ୍ରଧାନ