ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଏଥର କଡାକଡ଼ି ହେବ ମାଟ୍ରିକ ପରୀକ୍ଷା | ସ୍ୱତନ୍ତ୍ର ସ୍କ୍ୱାର୍ଡ କରିବ ତଦାରଖ | ମାଟ୍ରିକ ପରୀକ୍ଷାରେ କପି ରୋକିବାକୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ବ୍ୟବସ୍ଥା କଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ | ପରୀକ୍ଷା ସେଣ୍ଟର ଗୁଡ଼ିକୁ ସ୍କ୍ୱାର୍ଡ ଚତୁରତାର ସହ ପ୍ରବେଶ କରିବ , ଯେମିତି ସ୍କ୍ୱାର୍ଡର ଗତିବିଧି ସମ୍ପର୍କରେ କେହି ଜାଣିପାରିବେ ନାହିଁ | ଏହା ସହ ପ୍ରତ୍ୟେକ କ୍ଲାସ ରୁମରେ ଲାଗିବ ସିସିଟିଭି କ୍ୟାମେରା |
ତେବେ ଆସନ୍ତା ମାର୍ଚ୍ଚ ୧୦ ରୁ ୧୭ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବ | ହବକୁ ପରୀକ୍ଷା ସେଣ୍ଟର ଯାଏ ପ୍ରଶ୍ନପତ୍ର ନେବାକୁ ସ୍ୱତନ୍ତ୍ର ଲୋକଙ୍କୁ ଦାୟିତ୍ୱ ଦିଆଯାଇଛି | ଏଥର ମାଟ୍ରିକ ପରୀକ୍ଷା ଶୃଙ୍ଖଳା ସହ ହେବ | ଏହା ଶେଷ ପରୀକ୍ଷା ନୁହେଁ , ଚାପମୁକ୍ତ ହୋଇ ପରୀକ୍ଷା ଦିଅନ୍ତୁ ବୋଲି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ |
ରିପୋର୍ଟ: ଦୀପା ପ୍ରଧାନ