ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଅପେକ୍ଷାର ଅନ୍ତ ଘଟିଲା | ଲୋକାର୍ପିତ ହେଲା ବିଜୁ ବାବୁଙ୍କ ପ୍ରିୟ ‘ଡାକୋଟା’ | ଏହାକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଭୁବନେଶ୍ୱର ବିମାନବନ୍ଦର ପରିସରରେ ଏହି ‘ଡାକୋଟା’ ଲୋକାର୍ପିତ ହୋଇଛି | ଆଜିଠୁ ‘ଡାକୋଟା’କୁ ଦେଖି ବିଜୁ ବାବୁଙ୍କୁ ମାନେ ପକାଇବ ସାରା ଓଡିଶା |
ଆଜି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୭ ତମ ଜନ୍ମ ଜୟନ୍ତୀ | ଏହାକୁ ଆଜି ସାରା ଓଡିଶା ଧୁମଧାମରେ ପାଳନ କରୁଛି |
୩୦ ମିଟର ପରିଧିର ମାର୍ବଲ୍ ଓ ଗ୍ରାନାଇଟ୍ ଖଚିତ ପ୍ଲାଟଫର୍ମ ଉପରେ ଦଣ୍ଡାୟମାନ ହୋଇଛି ବିଶାଳ ‘ଡାକୋଟା’ | ଡାକୋଟାର ଇଞ୍ଜିନ, ସହିତ ଫ୍ୟୁଜ୍ ଲସ୍କୁ ମୂଳ ରଙ୍ଗ ହାଲୁକା ଗ୍ରେ ରଙ୍ଗ କରାଯାଇଛି |
ସୂଚନା ଅନୁଯାୟୀ, କୋଲକାତାରୁ ଡାକୋଟାରୁ ଆଣିବା ପରେ ବିମାନର ବହୁ ଅଂଶ ନଷ୍ଟ ହୋଇଯାଇଥିଲା । ଜାନୁଆରୀ ୨୦ ତାରିଖରୁ ଭୁବନେଶ୍ବର ବିମାନବନ୍ଦର ହ୍ୟାଙ୍ଗରରେ ମରାମତି ପାଇଁ ଦିନ ରାତି ଏକ କରି ଦେଇଥିଲେ | ଏଆର୍ଡିସିର ପ୍ରାୟ ୧୫୦ ଇଞ୍ଜିନିୟର । ଫେବ୍ରୁଆରୀ ୨୪ ତାରିଖରେ ବେସ୍ ଅଣାଯିବା ପରେ ଗତ ୨୮ ତାରିଖରେ ଏହାର ଡେଣା ଓ ଫ୍ୟୁଜ୍ ଲସ୍କକୁ ଖଞ୍ଜାଯାଇଛି । ଏପରିକି ନଷ୍ଟ ହୋଇଥିବା ଟାୟାରକୁ ପୁଣି ମରାମତି କରାଯାଇ ପ୍ରକୃତ ଚେହେରା ଦିଆଯାଇଛି ।
ରିପୋର୍ଟ: ଦୀପା ପ୍ରଧାନ