ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜିକାଲି ଦୁନିଆରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତେ ଦୀର୍ଘ ସମୟ ଧରି କମ୍ପ୍ୟୁଟର କିମ୍ବା ଲାପଟପ୍ ସାମ୍ନାରେ ବସି ରହୁଛନ୍ତି | ଏମିତି କି ଆମର ପ୍ରତ୍ୟେକ କାମରେ ଆମେ କମ୍ପ୍ୟୁଟର କିମ୍ବା ଲାପଟପ୍ ବ୍ୟବହାର କରିଥାଉ | ଆଉ ଏସବୁ ବିନା ଆମର ସବୁ କାମ ଅଧୁରା ରହିଯିବ |
କ’ଣ ଆପଣମାନେ ବି ଦୀର୍ଘ ସମୟ ଧରି କମ୍ପ୍ୟୁଟର କିମ୍ବା ଲାପଟପ୍ ସାମ୍ନାରେ ବସି ରହୁଛନ୍ତି କି ? ଯଦି ହଁ ତେବେ ହୋଇଯାଆନ୍ତୁ ସାବଧାନ | କାରଣ ଏହା ଆମ ଆଖି ପାଇଁ ଭୟଙ୍କର ବିପଦ ଆଣିପାରେ | ଚିକିତ୍ସା ବିଜ୍ଞାନୀଙ୍କ ମାନେ କହିଛନ୍ତି , କମ୍ପ୍ୟୁଟର କିମ୍ବା ଲାପଟପ୍ ସାମ୍ନାରେ ବସିବା ଫଳରେ ଦୀର୍ଘ ସମୟ ଧରି ଆଖିର ପତା ପଡିନଥାଏ । ପତା ନପଡିବା ହେତୁ ଆଖିର ଲୁବ୍ରିକେସନ୍ କମିଯାଏ ଅର୍ଥାତ୍ ଆଖି ଶୁଖିଲା ହୋଇଯାଏ । ଏହାଦ୍ୱାରା ଆଖିରେ ଯନ୍ତ୍ରଣା ହେବା, ଦୃଷ୍ଟିଶକ୍ତି କମିଯିବା ଭଳି ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖା ଦେଇଥାଏ |
ଏହାସହ ଅଧିକ ସମୟ ହରି ଆଖିରୁ ଲୁହ ନ ଝରିଲେ ବି ଏହା ଆମ ପାଇଁ ବିପଦ ଆଣିଥାଏ | ଲୁହ ନଝରିବା ଫଳରେ ଆଖିରେ ଯନ୍ତ୍ରଣା ଅନୁଭବ ହୁଏ | ଡ୍ରାଏ ଆଇ ସିଣ୍ଡ୍ରୋମ ମଧ୍ୟ ଦେଖାଦେଇଥାଏ | ତେବେ ଆଖିରେ ଥିବା ଲାକ୍ରିମାଲ ଗ୍ଲାଣ୍ଡରୁ ଲୁହ ଝରିଥାଏ | ଆଖି ପତା ପଡିଲେ ଉପର ଆଖି ପତାରୁ ଲୁହ ଝରିଥାଏ | ଲୁହ ନ ଝରିଲେ ଆମ ଆଖି ବିପଦ ଆଣିଥାଏ | ତେଣୁ ଦୀର୍ଘ ସମୟ କମ୍ପ୍ୟୁଟର କିମ୍ବା ଲାପଟପ୍ ବ୍ୟବହାର କରିବା ଉଚିତ ନୁହେଁ |
ରିପୋର୍ଟ: ଦୀପା ପ୍ରଧାନ