ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆରପାରିରେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ | ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ହୋଇଛି | ପିଣ୍ଟୁ ନନ୍ଦ ଯକୃତ ପୀଡିତ ରୋଗରେ ଆକ୍ରାନ୍ତ ଥିଲେ | ଯକୃତ ଟ୍ରାନ୍ସପ୍ଲାଣ୍ଟ ହେବାକୁ ଥିବା ବେଳେ ପିଣ୍ଟୁଙ୍କୁ ଡୋନର ମିଳି ନଥିଲା , ଯାହା ଫଳରେ ପିଣ୍ଟୁ ନନ୍ଦଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା |
ସେପଟେ ୫୦ରୁ ଅଧିକ ଫିଲ୍ମରେ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କ ମନକୁ ଛୁଇଁଛି । ୧୯୯୬ରେ ଚଳଚିତ୍ର କୋଇଲି ଜରିଆରେ ସେ ସିନେମା ଜଗତରେ ପାଦ ଥାପିଥିଲେ । ଏହାପରେ ରାମ ଲକ୍ଷ୍ମଣ, ତୋ ଆଖି ମୋ ଆଇନା, ରଙ୍ଗ୍ ନମ୍ବର, ବାହୁଡ଼ିବେ ମୋ ଜଗା ବଳିଆ, ଓଃ ମାଇଁ ଲଭ୍, ଆଇ ଲଭ୍ ୟୁ, ଆଇ ଲଭ୍ ମାଇଁ ଇଣ୍ଡିଆ, ପ୍ରେମ ରୋଗୀ, ଜୟ ଜଗନ୍ନାଥ, ନନ୍ଦିନୀ ଆଇ ଲଭ୍ ୟୁ, ମିତରେ ମିତ, ମୁଁ କ’ଣ ଏତେ ଖରାପ, ସ୍ୱୟଂସିଦ୍ଧା, ପହିଲି ରଜ, ପ୍ରେମ ଅଢ଼େଇ ଅକ୍ଷର, ଦୋସ୍ତି, ଶପଥ, କଥା ଦେଲି ମଥା ଛୁଇଁ, ପ୍ରେମ ଋତୁ ଆସିଲାରେ, ହାତ ଧରି ଚାଲୁଥା, ରଙ୍ଗନମ୍ବର ଓ ଲଭ୍ ଏକ୍ସପ୍ରେସ୍, ଗୁଡ୍ ବୟ, ଲଭ୍ ମାଷ୍ଟର, ହରି ଓମ ହରି, ଡାହା ବାଳୁଙ୍ଗା, ସୁନା ପିଲା ଟିକେ ସ୍କୃ ଢିଲା, ଧର୍ମ, ବ୍ୟାଚଲର, ଡାହା ବାଳୁଙ୍ଗା, ଦୋସ୍ତୀ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏକାଧିକ ଓଡ଼ିଆ ଧାରାବାହିକରେ ମଧ୍ୟ ସେ ଅଭିନୟ ଛାଡିଯାଇଛନ୍ତି ଅଭିନୟର ଛାପ। ଏ ଗଉରା କ’ଣ ଖାଉଚୁ ଆଲବମ୍ ପିଣ୍ଟୁଙ୍କୁ ଘରେଘରେ ପରିଚିତ ଇଥିଲେ ପିଣ୍ଟୁ ନନ୍ଦ |
ପିଣ୍ଟୁ ନନ୍ଦଙ୍କୁ ହରାଇ ସାରା ଓଡିଶା ବାସୀ ଦୁଃଖରେ ମର୍ମାହତ ହୋଇଥିବା ବେଳେ ଓଡିଆ ସିନେ ଜଗତରେ ମଧ୍ୟ ଶୋକର ଛାୟା ଖେଳିଯାଇଛି |
ରିପୋର୍ଟ: ଦୀପା ପ୍ରଧାନ