ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ପରୀକ୍ଷା ଦେଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମୋର ଶୁଭେଚ୍ଛା। ଛାତ୍ରଛାତ୍ରୀଙ୍କ ସଫଳତା ଓ ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି’ । ଟ୍ବିଟ କରି ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ |
ସେପଟେ ଆଜିଠୁ ଆରମ୍ଭ ହୋଇଛି ଯୁକ୍ତଦୁଇ ପରୀକ୍ଷା । ଆଜି ପ୍ରଥମ ଦିନରେ ବିଜ୍ଞାନ ବିଭାଗର ପରୀକ୍ଷା ଥିବାବେଳେ କାଲି କଳା ଓ ବାଣିଜ୍ୟ ଓ ୩ ତାରିଖରୁ ଧନ୍ଦାମୂଳକ ପରୀକ୍ଷା ହେବ । ସବୁ ପରୀକ୍ଷା କେନ୍ଦ୍ର ସିସିଟିଭି ନିୟନ୍ତ୍ରଣରେ ରହିବ ।
ସୂଚନା ଅନୁଯାୟୀ , ଚଳିତବର୍ଷ ମୋଟ ୩ ଲକ୍ଷ ୫୭ ହଜାର ୯୪୨ ଛାତ୍ରଛାତ୍ରୀ ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗରେ ପରୀକ୍ଷା ଦେବେ । ଏଥିରେ ୧ ଲକ୍ଷ ୭୩ ହଜାର ୫୩୪ ଜଣ ଛାତ୍ର ଥିବାବେଳେ,ଛାତ୍ରୀଙ୍କ ସଂଖ୍ୟା ୧ ଲକ୍ଷ ୮୪ ହଜାର ୪୦୮ । କଳାରେ ୨ ଲକ୍ଷ ୧୮ ହଜାର ୪୪୦ ଛାତ୍ରଛାତ୍ରୀ, ବିଜ୍ଞାନରେ ୯୧ ହଜାର ୪୫୭ ଏବଂ ବାଣିଜ୍ୟରେ ୨୩ ହଜାର ୧୯୩ ଜଣ ପିଲା ପରୀକ୍ଷା ଦେବେ ।
ରିପୋର୍ଟ: ଦୀପା ପ୍ରଧାନ