ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜିଠୁ ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଓଡ଼ିଶାରେ ଦୁଇ ଦୁଇ ଥର ହକି ବିଶ୍ବକପ୍ ଆୟୋଜନ କରି ଦେଶ ବିଦେଶରେ ପ୍ରଶଂସା ସାଉଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ | ଏହାସହ ରାଉରକେଲାରେ ବିଶ୍ବର ସର୍ବବୃହତ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମକୁ ମାତ୍ର ବର୍ଷକରେ ନିର୍ମାଣ କରି ରେକର୍ଡ କରିଥିଲେ ରାଜ୍ୟ ସରକାର |
ତେବେ କ୍ରୀଡ଼ା କ୍ଷେତ୍ରରେ ସାରା ବିଶ୍ୱରେ ଓଡ଼ିଶା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି | ଏନେଇ କ୍ରୀଡାର ବିକାଶରେ ଓଡ଼ିଶାର ଅବଦାନ ପାଇଁ ସମ୍ମାନିତ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏହାସହ ମୁମ୍ବାଇରେ କିଛି ଶିଳ୍ପପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି |
ରିପୋର୍ଟ: ଦୀପା ପ୍ରଧାନ