ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜି ଦେଶରେ ବଢିବ ଚିତା ବାଘଙ୍କ ସଂଖ୍ୟା | ଭାରତକୁ ଆସିବେ ବିଦେଶୀ ଅତିଥି | ଦକ୍ଷିଣ ଆଫ୍ରିକାରୁ ଆସିବେ ୧୨ ବିରଳ ଚିତା | ୧୨ ଜଣଙ୍କ ମଧ୍ୟରୁ ୭ଟି ପୁରୁଷ ହୋଇଥିବାବେଳେ ୫ଟି ମହିଳା ଚିତା ଅଛନ୍ତି | ସେପଟେ ୧୨ ଚିତାଙ୍କ ଆଣିବା ପାଇଁ ଆଜି ସକାଳେ ହିଣ୍ଡନ ଏୟାରବେସ୍ରୁ ଦକ୍ଷିଣ ଆଫ୍ରିକା ଅଭିମୁଖେ ଭାରତୀୟ ବାୟୁସେନାର ସି ୧୭ ଗ୍ଲୋବମାଷ୍ଟର ଉଡାଣ ଆରମ୍ଭ କରିଛି | ଭାରତରୁ ଯାଇଥିବା ସି-୧୭ ପରିବହନ ବିମାନରେ ଭାରତରେ ପହଞ୍ଚିବେ ଅତିଥି | ପହଞ୍ଚିବା ପରେ ବାୟୁସେନା ହେଲିକପ୍ଟରରେ ସେମାନଙ୍କୁ ୧୬୫ କିଲୋମିଟର ଦୂର ସେଓପୁର ଜିଲ୍ଲା କୁନୋ ପାର୍କକୁ ନିଆଯିବ |
ସେପଟେ ଗତବର୍ଷ ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମ୍ବିଆରୁ ୮ଟି ଚିତା କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ | ଦୁର୍ଭାଗ୍ୟ ବଶତଃ ଦକ୍ଷିଣ ଆଫ୍ରିକା ସରକାରଙ୍କ ଅନୁମୋଦନ ଅଭାବରୁ ୧୨ଟି ଚିତାକୁ କୁନୋ ଅଣାଯାଇ ପାରିନଥିଲା | ହେଲେ ଏଥର ସେଇ ୧୨ ଟି ଚିତା ଭାରତକୁ ଆସିବେ | ତେବେ ପ୍ରତିଟି ଚିତାକୁ ସ୍ଥାନାନ୍ତରଣ କରିବା ପାଇଁ ଭାରତକୁ ୩୦୦୦ ଆମେରିକୀୟ ଡଲାର ଖର୍ଚ୍ଚ କରିବାକୁ ପଡିବ |
ସୂଚନା ଅନୁଯାୟୀ, ଆସନ୍ତା ଫେବୃଆରୀ ୧୮ରେ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଏହି ୧୨ଟି ଚିତାକୁ କୁନୋ ଜାତୀୟ ଉଦ୍ୟାନରେ ଛାଡ଼ିବେ | ଶନିବାର ସକାଳେ ମଧ୍ୟପ୍ରଦେଶର ଗ୍ବାଲିଅର ବିମାନ ବନ୍ଦରରେ ପ୍ରଥମେ ଚିତା ପହଞ୍ଚିବେ | ଏହାର ୩୦ ମିନିଟ ପରେ ଭାରତୀୟ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଚିତାଙ୍କୁ ୧୬୫ କିଲୋମିଟର ଦୂର ଶ୍ୟୋପୁର ଜିଲ୍ଲାର କୁନୋରେ ଛଡ଼ାଯିବ |
ରିପୋର୍ଟ: ଦୀପା ପ୍ରଧାନ