ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜିଠୁ ସଂସଦର ବଜେଟ ଅଧିବେଶନ ଆରମ୍ଭ | ଆଜି ସେଣ୍ଟ୍ରାଲ ହଲରେ ଉଭୟ ସଦନର ମିଳିତ ଅଧିବେଶନକୁ ସଂସଦରେ ସମ୍ବୋଧନ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ଆସନ୍ତା କାଲି ଆସିବ ସାଧାରଣ ବଜେଟ | କାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିବେ ୨୦୨୩-୨୦୨୪ ଲାଗି ସାଧାରଣ ବଜେଟ |
ଏହି ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଆଜିଠୁ ଆରମ୍ଭ ହୋଇ ଫେବ୍ରୁଆରୀ ୧୩ ଯାଏ ଚାଲୁରହିବ | ୧୩ ମାର୍ଚ୍ଚରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ଅଧିବେଶନ ଉପସ୍ଥାପନ ହେବ | ସୂଚନା ଅନୁଯାୟୀ, ଅଧିବେଶନର ପ୍ରଥମ ଦୁଇଦିନ ମଧ୍ୟରେ ବଜେଟ କୁ ନେଇ କୌଣସି ଶୁନ୍ୟକାଳ ବା ପ୍ରଶ୍ନକାଳ ରହିବ ନାହିଁ | ଯଦି କୌଣସି ଜରୁରୀ ପ୍ରସଙ୍ଗ ଥାଏ ତାହା ଫେବ୍ରୁଆରୀ ୨ରୁ ପ୍ରଶ୍ନକାଳ ମଧ୍ୟରେ ଉପସ୍ଥାପନ କରାଯିବ |
ଏହି ବଜେଟ ଅଧିବେଶନକୁ ନେଇ ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ | ଏଥିରେ ସମସ୍ତ ରାଜନୈତିକ ଦଳର ନେତା ଯୋଗଦେଇଥିଲେ | ତେବେ ବଜେଟ ଅଧିବେଶନରେ କେନ୍ଦ୍ର ସରକାରଙ୍କ ବଜେଟରେ ଅନୁଦାନ, ବିକାଶମୂଳକ ପ୍ରକଳ୍ପ, ରେଳ ପ୍ରକଳ୍ପ, ଜନକଲ୍ୟାଣକାରୀ ଯୋଜନା ଆଦି ଉପରେ ରହିଛି ଦେଶବାସୀଙ୍କ ନଜର |