ସନଷ୍ଟାର ଟିଭି ବ୍ୟୁରୋ
ଗାନ୍ଧିନଗର: ବିବାଦୀୟ ଗଡମ୍ୟାନ ଆଶାରାମ ବାପୁଙ୍କ ବିରୋଧରେ ଆଜି ଦଣ୍ଡ ଘୋଷଣା | ଆଶାରାମଙ୍କ ବିରୋଧରେ ଆଜି ରାୟ ଶୁଣେଇବେ ଗାନ୍ଧୀ ନଗର କୋର୍ଟ | ୨୦୨୩ ଦୁଷ୍କର୍ମ ମାମଲାରେ ଗତକାଲି ଦୌରାଜଜ ଡି.କେ. ସୋନି ୬ଜଣ ଅଭିଯୁକ୍ତଙ୍କୁ ଦଣ୍ଡମୁକ୍ତ କରିଥିବା ବେଳେ, ଆଶାରାମ ବାପୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ | ଅନେଇ ଆଜି ଆଶାରାମ ବାପୁଙ୍କୁ କୋର୍ଟ ଦଣ୍ଡ ଦବ | ତେବେ ଆଶାରାମଙ୍କୁ କି ଦଣ୍ଡ ମିଳିବ ତାହା ଉପରେ ରହିଛି ସମସ୍ତଙ୍କ ନଜର |
ସୂଚନା ଅନୁଯାୟୀ , ୨୦୦୧ ରୁ ୨୦୦୬ ମସିହା ମଧ୍ୟରେ ଅହମ୍ମଦାବାଦର ମୋଟେରା ଅନ୍ତର୍ଗତ ଆଶ୍ରମରେ ସୁରଟର ଜଣେ ଶିଷ୍ୟାଙ୍କୁ ଗଡମ୍ୟାନ ଆଶାରାମ ଦୁଷ୍କର୍ମ କରିଥିଲେ | ଅହମ୍ମଦାବାଦର ଚାନ୍ଦଖେଦା ଥାନାରେ ଆଶାରାମଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା | ଅଭିଯୋଗକୁ ଆଧାର କରି ପୋଲିସ ଆଶାରାମଙ୍କ ସମେତ ଅନ୍ୟ ୬ ଜଣକୁ ଗିରଫ କରିଥିଲା |
ଏହାସହ ୨୦୧୩ରେ ରାଜସ୍ଥାନରେ ଥିବା ଆଶ୍ରମରେ ଜଣେ ନାବାଳିକାଙ୍କୁ ମଧ୍ୟ ଦୁଷ୍କର୍ମ କରିଥିଲେ | ଏହି ମାମଲାରେ ୨୦୧୮ ଏପ୍ରିଲ ୨୫ତାରିଖରେ ଆଶାରାମଙ୍କୁ ଯୋଧପୁର କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ |
ରିପୋର୍ଟ: ଦୀପା ପ୍ରଧାନ