ସନଷ୍ଟାର ଟିଭି ବ୍ୟୁରୋ
ଦିଲ୍ଲୀ; ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଙ୍କୁ ହତ୍ୟା କରିବାକୁ ଧମକ । ଦିଲ୍ଲୀ ପୋଲିସ କୁ ଏଭଳି କଲ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜଣେ ବ୍ୟକ୍ତି ନିଜେ ଦିଲ୍ଲୀ ପୋଲିସ ନିକଟକୁ କଲ କରି କେଜ୍ରିୱାଲ ଙ୍କୁ ଜୀବନରୁ ମାରିଦେବାକୁ ଦେଇଛନ୍ତି ଧମକ । ତେବେ ସେ ବ୍ୟକ୍ତି କାହିଁକି ଏଭଳି କାହିଲେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ, ବ୍ୟକ୍ତି ଜଣକ ନାମ ଜୟପ୍ରକାଶ ତାଙ୍କ ବୟସ ୩୮ ବର୍ଷ ହୋଇଥିବାବେଳେ ସେ ଜଣେ ମାନସିକ ରୋଗୀ ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ କେଜ୍ରିୱାଲଙ୍କୁ ହତ୍ୟା ଧମକ ପାଇଁ ସୋମବାସ ରାତି ୧୨ ଟାରେ ଏଭଳି ଫୋନ କଲ ଆସିଥିବା ସୂଚନା ଅଛି ।