ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ପଞ୍ଚଭୂତରେ ଲୀନ ହେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ | ଲୁହରେ ଭିଜିଲା ସାରା ସହର | ନବ ଦାସଙ୍କ ଜନ୍ମ ମାଟି ଝାରସୁଗୁଡ଼ା ଖେରୁଆଲ ଶ୍ମଶାନରେ ନବଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି | ନବ ଦାସଙ୍କୁ ମୁଖାଗ୍ନି ଦେଲେ ପୁଅ ବିଶାଳ ଦାସ । ଲୁହରେ ଭିଜିଲା ଖେରୁଆଲ ଶ୍ମଶାନ | ସମର୍ଥକ ମାନେ ଲୁହ ଭରା ଆଖିରେ ମନ୍ତ୍ରୀ ନବ ଦାସଙ୍କୁ ଦେଲେ ଶେଷ ବିଦାୟ | ଯାହା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି |
ଝାରସୁଗୁଡ଼ା ଖେରୁଆଲ ଶ୍ମଶାନରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଦିଆଯାଇଥିଲା ଗାର୍ଡ ଅଫ୍ ଅନର | ହଜାର ହଜାର ସମର୍ଥକ ଓ ଶୁଭେଚ୍ଛୁଙ୍କ ଉପସ୍ଥିତରେ ନବ ଦାସଙ୍କୁ ଦିଆଯାଇଥିଲା ରାଷ୍ଟ୍ରୀୟ ମର୍ଯ୍ୟାଦା । ଏହି ଅବସରରେ ଶ୍ମଶାନରେ ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀ ଉପସ୍ଥିତ ଥିଲେ । ଏହାସହ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ୫ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ନବଙ୍କ ଶେଷ ଯାତ୍ରାରେ ସାମିଲ ହୋଇଥିଲେ | ଏବଂ ଅନେକ ବିଧାୟକ, ମନ୍ତ୍ରୀ ଓ ବରିଷ୍ଠ ନେତାମାନେ ମଧ୍ୟ ନବଙ୍କ ଶେଷଯାତ୍ରାରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ |
ଖେରୁଆଲ ଶ୍ମଶାନରେ ନବ ଦାସ ଅମର ରହେ ନାରାରେ ପାକମ୍ପିତ ହୋଉଥିଲା ଗଗନ ପବନ | ନିଜ ପ୍ରିୟ ନେତାଙ୍କୁ ହରାଇ ସମର୍ଥକ ମାନଙ୍କ ଆଖିରୁ ଲୁହ ଶୁଖୁନି | ଦୁଃଖରେ ମ୍ରିୟମାଣ ହୋଇପଡିଛି ସାରା ସହର | ବିଶ୍ୱାସ ହେଉନି ଯେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଆଉ ନାହାନ୍ତି ବୋଲି | ଏହି ଶୋକାକୁଳ ପରିବେଶ ମଧ୍ୟରେ ସମସ୍ତଙ୍କଠୁ ବିଦାୟ ନେଇଛନ୍ତି ମନ୍ତ୍ରୀ ନବ ଦାସ |ସେପଟେ ଜଣେ ଦକ୍ଷ ନେତାଙ୍କୁ ହରାଇଛି ଓଡିଶା | ଯାହା ଓଡିଶା ପାଇଁ ଏକ ଅପୂରଣୀୟ କ୍ଷତି ଅଟେ |
ସୂଚନା ଅନୁଯାୟୀ ମନ୍ତ୍ରୀଙ୍କ ବିୟୋଗରେ ରାଜ୍ୟବ୍ୟାପୀ ୩ ଦିନିଆ ଶୋକ ପାଳନ କରାଯାଉଛି । ଆସନ୍ତାକାଲି ପର୍ଯ୍ୟନ୍ତ ଶୋକ ପାଳନ କରାଯିବ । ଏହାସହ ରାଜଧାନୀ ଭୁବନେଶ୍ବର ଓ ଝାରଗୁଡାରେ ଅର୍ଦ୍ଧନମିତ ରହିଛି ଜାତୀୟ ପତାକା ।
ରିପୋର୍ଟ: ଦୀପା ପ୍ରଧାନ