ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ବିଜେପି ଛାଡି ବିଆରଏସରେ ସାମିଲ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ | ଏହାସହ ଜୟରାମ ପାଙ୍ଗୀ ମଧ୍ୟ ସାମିଲ ହୋଇଛନ୍ତି | ଏହା ସହିତ ଗିରିଧର ଗମାଙ୍ଗ ଙ୍କ ଧର୍ମପତ୍ନୀ ହେମା ଗମାଙ୍ଗ ମଧ୍ୟ ବିଆରଏସରେ ସାମିଲ ହୋଇଛନ୍ତି | ହାଇଦ୍ରାବାଦରେ ମିଶ୍ରଣ ପର୍ବରେ ଯୋଗଦାନ ପୂର୍ବରୁ ଭୁବନେଶ୍ବରରେ ୨୦୨୪ ନିର୍ବାଚନକୁ ନେଇ ବିଜେପି ଦିବାସ୍ବପ୍ନ ଦେଖୁଛି ବୋଲି କହି ଶିଶିର ଗମାଙ୍ଗ ଦଳର ଗୁମର ଖୋଲିଛନ୍ତି । ଅନ୍ୟପଟେ ଓଡ଼ିଶାରେ ବିଆରଏସର କିଏ ମଙ୍ଗୁଆଳ ହେବ ତାକୁ ନେଇ ସସପେନସ ଜାରି ରହିଛି ।
ସେପଟେ ଶିଶିର କହିଛନ୍ତି ଯେ ଦିବା ସ୍ବପ୍ନ ଦେଖୁଛି ରାଜ୍ୟ ବିଜେପି | ଏହାକହି ରାଜ୍ୟ ବିଜେପିର ଗୁମର ଖୋଲିଛନ୍ତି ଗମାଙ୍ଗ । ଓଡ଼ିଶା ଦଖଲ କରିବା ପାଇଁ ବିଜେପି କେବଳ ସ୍ବପ୍ନ ଦେଖେ ବୋଲି ଶିଶିରଙ୍କ ସହ ସ୍ବର ମିଳାଇଛନ୍ତି ମାଆ ହେମା ଗମାଙ୍ଗ । ଆଗକୁ ଓଡ଼ିଶାରେ ବିଆରଏସ ଉଭୟ ବିଜେପି ଓ କଂଗ୍ରେସକୁ ପଛରେ ପକାଇ ବିକଳ୍ପ ଭାବେ ରାଜ୍ୟବାସୀଙ୍କ ପାଖରେ ଛିଡ଼ାହେବ । ଓଡ଼ିଶାର ଇତିହାସ ଓ ଭୂଗୋଳରେ ପରିବର୍ତ୍ତନ ହେବ ବୋଲି ଉଭୟ ମା ଓ ପୁଆ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।
ତେବେ ୨୦୨୪ରେ ବିଆରଏସ ଓଡିଶା ରାଜନୀତି ଜୋର ଦାର ଏଣ୍ଟ୍ରି ମାରିବାକୁ ପ୍ରସ୍ତୁତି ଆରମ୍ଭ କଲାଣି । ହେଲେ କିଏ ଧରିବେ ମଙ୍ଗ ତାହାକୁ ନେଇ ଗିରିଧର ଗମାଙ୍ଗ ଓ ଜୟରାମ ପାଙ୍ଗୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହେଲାଣି |
ରିପୋର୍ଟ:ଦୀପା ପ୍ରଧାନ