ସନଷ୍ଟାର ଟିଭି ବ୍ୟୁରୋ
ଦିଲ୍ଲୀ ; ରାଜ୍ୟ ସ୍ୱାର୍ଥ ପାଇଁ ସଂସଦରେ ସ୍ୱରକୁ ଶାଣିତ କରିବାକୁ ବିଜେଡି ସାଂସଦମାନଙ୍କୁ ସଂସଦୀୟ ଦଳ ବୈଠକରେ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଆହୁରି ଜୋର ହେବ କେନ୍ଦ୍ର ବିରୋଧୀ ଲଢେଇ । କେନ୍ଦ୍ର ର ବୈମାତୃକ ମନୋଭାବ ଆଉ ବରଦାସ୍ତ କରାଯିବନି । ଓଡିଶା ପ୍ରତି କେନ୍ଦ୍ରର କାହିଁକି ଏତେ ଅବିଚାର ସେନେଇ ଗୃହରେ ପ୍ରଶ୍ନ କରିବ ବିଜେଡି । ସଂସଦର ଉଭୟ ଗୃହରେ ବିଜେଡି ରାଜ୍ୟ ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗଗୁଡିକୁ ପ୍ରଭାବୀ ଢଙ୍ଗରେ ଉପସ୍ଥାପନ କରିବେ । ଏବଂ ଏହି ସମୟରେ ବିଜେପି ନେତାମାନେ କରୁଥିବା ଅପପ୍ରଚାରକୁ କିଭଳି ରୋକାଯିବ ସେ ଉପରେ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ।
କେନ୍ଦ୍ର ର ଅବହେଳା ପାଇଁ ହିନସ୍ତା ହେଉଛନ୍ତି ଗରିବ ଓଡିଆ, ତେଣୁ ବଳକା ଉଷୁନା ଚାଉଳ ପ୍ରସଙ୍ଗ ଠାରୁ ଆରମ୍ଭ କରି ମହିଳା ସଂରକ୍ଷଣ ବିଲ୍ କୁ ପାସ କରିବା ପାଇଁ ଦିଲ୍ଲୀରେ ସ୍ୱରକୁ ଶାଣିତ କରିବ ବିଜେଡି । ଆବାସ ଦେବାରେ କାହିଁକି ଚଞ୍ଚକତା କରୁଛି କେନ୍ଦ୍ର ? କାହିଁକି ଗରିବଙ୍କ ୫ କେଜି ଚାଉଳ କାଟିଲେ କେନ୍ଦ୍ର ସରକାର ? ୧୬୯ ସଂପ୍ରଦାୟକୁ ଜନଜାତି ମାନ୍ୟତା କେବେ ? କୋଇଲା ରୟାଲିଟି ସଂଶୋଧନ ପ୍ରସଙ୍ଗ, ୩୩ % ମହିଳା ସଂରକ୍ଷଣ ବିଲ ପାସ ପ୍ରସଙ୍ଗ, ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ କୁ ନେଇ ସଂସଦରେ ସ୍ୱର ଶାଣିତ କରିବ ବିଜେଡି , ସମସ୍ତ ବିଜେଡି ସାଂସଦ ମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।