ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଭୁବନେଶ୍ବର ଜୟଦେବ ବାଟିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଲୋକମାନଙ୍କୁ ଆକର୍ଷଣ କରୁଛି | ଏହି ପ୍ରାକୃତିକ ଶୋଭାକୁ ଉପଭୋଗ କରିବାକୁ କେତେ ଦୂର ଦୁରାନ୍ତରୁ ଦର୍ଶକମାନେ ଧାଇଁ ଆସନ୍ତି | ସେଥିପାଇଁ ରାଜ୍ୟ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏକ ନିଷ୍ପତି ନେଇଛନ୍ତି | ପୂର୍ବରୁ କେବଳ ଦିନ ସମୟରେ ଖୋଲା ରହୁଥିବା ବେଳେ ଏଣିକି ରାତି ୯ଟା ଯାଏ ଖୋଲା ରହିବ ଜୟଦେବ ବାଟିକା | ଫଳରେ ସନ୍ଧ୍ୟାରେ ଜୟଦେବ ବାଟିକା ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ କୃତ୍ରିମ ଜଳପ୍ରପାତ, ନଈ, ଜଳଫୁଆରାର ମଜା ଉଠାଇ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବେ |
ଏହାସହ ଟିକେଟ ଦର ମଧ୍ୟ ବୃଦ୍ଧି କରାଯାଇଛି | ନିଷ୍ପତି ଅନୁସାରେ ଦିନରେ ୧୨ ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କୁ ୩୦ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଅପରାହ୍ଣରେ ୫୦ ଟଙ୍କା ଦେବାକୁ ପଡିବ । ସେହିପରି ସାଇକେଲ ପ୍ରବେଶ କାରୀଙ୍କ ପାଇଁ ୫ ଟଙ୍କା ଥିବା ବେଳେ ଅପରାହ୍ନରେ ୧୦ଟଙ୍କା କରାଯାଇଛି। ଦିନବେଳା ଦୁଇଚକିଆ ପ୍ରବେଶ ଶୁଳ୍କ ୩୦ ଟଙ୍କା ଥିବା ବେଳେ ଅପରାହ୍ଣରେ ୫୦ ଟଙ୍କା ବୃଦ୍ଧି କରାଯାଇଛି | ତିନି ଚକିଆ ଯାନକୁ ଦିନବେଳା ୫୦ଟଙ୍କା ଥିବା ବେଳେ ଅପରାହ୍ନରେ ୮୦ଟଙ୍କା ରଖାଯାଇଛି। ୪ ଚକିଆ ଯାନ ପ୍ରବେଶ ଲାଗି ଦିନ ବେଳା ୧୦୦ ଟଙ୍କା ରଖାଯାଇଥିବା ବେଳେ ଅପରାହ୍ନରେ ୧୫୦ ଟଙ୍କା କରାଯାଇଛି।
ତେବେ ସଂଧ୍ୟାରେ ପର୍ଯ୍ୟଟକମାନେ ସୁବିଧାରେ ବୁଲାବୁଲି କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ଅଧିକ କଡା କରାଯାଇଛି।
ରିପୋର୍ଟ:ଦୀପା ପ୍ରଧାନ