ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ପ୍ରବେଶ କଲା ଭାରତ ଯୋଡ଼ୋ ଯାତ୍ରା |ଜମ୍ମୁ କାଶ୍ମୀରରେ ଶେଷ ହବ ଭାରତ ଯୋଡ଼ୋ ଯାତ୍ରା | ପ୍ରଥମ ଥର ପାଇଁ ଭାରତ ଯୋଡ଼ୋ ଯାତ୍ରାରେ ରାହୁଲ ପ୍ରଥମ କରି ସେ ଜ୍ୟାକେଟ୍ ପିନ୍ଧିଥିବାର ଦେଖୁବାକୁ ମିଳିଛି | ପୂର୍ବରୁ ହାଡ଼ଭଙ୍ଗା ଶୀତରେ ବି ରାହୁଲ କେବଳ ଖଣ୍ଡିଏ ଟି-ସାର୍ଟ ପିନ୍ଧି ଖେଳୁଥିବାର ନଜର ଆସିଥିଲେ। କନ୍ୟାକୁମାରୀରେ ଯାତ୍ରା ଆରମ୍ଭ ହେବାକୁ ନେଇ ପଞ୍ଜାବ-ହିମାଚଳ ପର୍ଯ୍ୟନ୍ତ ରାହୁଲଙ୍କୁ କେବଳ ଟି-ସାର୍ଟରେ ଦେଖିବାକୁ ମିଳିଥିଲା। ଯହାକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ରହିଥିଲେ ରାହୁଲ ଗାନ୍ଧୀ । ଏବଂ ଏହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ରାଜନୀତି ମହଲରେ ସୃଷ୍ଟି ହେଉଥିଲା |
ସେପଟେ ଟି-ସାର୍ଟକୁ ନେଇ କଂଗ୍ରେସକୁ ଛାଡ଼ି ଅନ୍ୟ ରାଜନୈନିକ ଦଳର ସଦସ୍ୟ ଅନେକ ପ୍ରକାର କଥା କହିଥିଲେ ଯେ ‘ରାହୁଲ ଏମିତି କଣ ଖାଉଛନ୍ତି ଯେ ତାଙ୍କୁ ଏତେ ଶୀତରେ ବି ଥଣ୍ଡା ଲାଗୁନାହିଁ।’ ଯାହାର ଉତ୍ତରରେ ରାହୁଲ କହିଥିଲେ, ‘ମୁୁଁ ଶୀତକୁ ଭୟ କରେ ନାହିଁ, ସେଥିପାଇଁ ମୋତେ ଥଣ୍ଡା ଲାଗୁନାହିଁ।’
ତେବେ ଜାମ୍ମୁ-କଶ୍ମୀରରେ ପ୍ରବେଶ କରିବା ସମୟରେ ରାହୁଲ ଏକ ଜନସଭାରେ କହିଛନ୍ତି, ‘ ଆଜି ମୁଁ ମୋ ଘରକୁ ଆସିଛି କାରଣ ମୋ ପରିବାର ଜମ୍ମୁ କଶ୍ମୀରର।’ ଏହାସହ ଆହୁରି କହିଛନ୍ତି ସେପ୍ଟେମ୍ବର ୭, ୨୦୨୨ରେ କନ୍ୟାକୁମାରୀରୁ ଯାତ୍ରା ଆରମ୍ଭ ହୋଇଥିଲା। ଏବଂ ଜାନୁଆରି ୩୦ରେ ଯାତ୍ରା ଶ୍ରୀନଗରରେ ଶେଷ ହେବ।
ରିପୋର୍ଟ:ଦୀପା ପ୍ରଧାନ