ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆରମ୍ଭ ହେଲା ଗଣତନ୍ତ୍ର ଦିବସ ପ୍ରସ୍ତୁତି | କିଏ କେଉଁଠି ପତାକା ଉତ୍ତୋଳନ କରିବେ ସେନେଇ ପ୍ରକାଶ ପାଇଲା ତାଲିକା | ରାଜ୍ୟସ୍ତରୀୟ ପ୍ୟାରେଡ଼ରେ ଯୋଗ ଦେବେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ | ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ୨୦ ଜିଲ୍ଲାରେ ମନ୍ତ୍ରୀ ମାନେ କରିବେ ପତାକା ଉତ୍ତୋଳନ | ବ୍ରହ୍ମପୁର ଓ ରାଉରକେଲାରେ ଆରଡିସି ଓ ୧୦ ଜିଲ୍ଲାରେ ଜିଲ୍ଲାପାଳ ମାନେ ଗ୍ରହଣ କରିବେ ପ୍ୟାରେଡ଼ ଅଭିବାଦନ |
ଗଜପତିରୁ ଜଗନ୍ନାଥ ସାରକା , କଟକରୁ ନିରଞ୍ଜନ ପୂଜାରୀ , ଗଂଜାମରୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ସୁବର୍ଣ୍ଣପୁର ରୁ ପ୍ରଦୀପ ଅମାତ , ଜଗତସିଂହପୁର ରୁ ପ୍ରମିଳା ମଲ୍ଲିକ , କେନ୍ଦୁଝରରୁ ଉଷା ଦେବୀ , କେନ୍ଦ୍ରାପଡ଼ାରୁ ପ୍ରଫୁଲ୍ଲ ମଲ୍ଲିକ , ପୁରୀରୁ ପ୍ରତାପ ଦେବ , ଢେଙ୍କାନାଳରୁ ଅତନୁ ସବ୍ୟସାଚୀ ନାୟକ , କଳାହାଣ୍ଡିରୁ ନବ କିଶୋର ଦାସ , ମାଲକାନଗିରିରୁ ଟୁକୁନି ସାହୁ , ମୟୁରଭଞ୍ଜରୁ ଅଶୋକ ପଣ୍ଡା , ବରଗଡ଼ରୁ ରାଜେନ୍ଦ୍ର ଢୋଲକିଆ , ବାଲେଶ୍ୱରରୁ ସମୀର ରଞ୍ଜନ ଦାସ , ସୁନ୍ଦରଗଡ଼ରୁ ପ୍ରୀତି ରଞ୍ଜନ ଘଡେଇ , କନ୍ଧମାଳରୁ ଶ୍ରୀକାନ୍ତ ସାହୁ , କୋରାପୁଟରୁ ତୃଷାରକାନ୍ତି ବେହେରା ,ବଲାଙ୍ଗୀରରୁ ରୋହିତ ପୂଜାରୀ , ସମ୍ବଲପୁର ରୁ ରିତା ସାହୁ , ଦେବଗଡରୁ ବାସନ୍ତୀ ହେମ୍ ୱମ , କଳାହାଣ୍ଡିରୁ ନବ କିଶୋର ଦାସ ଓ ମାଲକାନଗିରି ରୁ ଟୁକୁନି ସାହୁ ପତାକା ଉତ୍ତୋଳନ କରିବେ |