ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ମନୁଷ୍ୟ ପୃଥିବୀର ଶ୍ରେଷ୍ଠ ପ୍ରାଣୀ | ସବୁବେଳେ ମଣିଷ ଚାହେଁ ଭଲ ପିନ୍ଧିବା ,ଭଲ ଖାଇବା, ସୁନ୍ଦର ଦେଖାଯିବା ଏହା ପ୍ରତ୍ୟେକ ମଣିଷର ଇଛା ଥାଏ | ସେଥିପାଇଁ ଅନେକ କୌଶଳ ଆପଣେଇଥାଏ ମନୁଷ୍ୟ | କଥାରେ ଅଛି ଧନ, ଜନ ,ଯୌବନ ଏସବୁ ଚିରସ୍ଥାୟୀ ନୁହେଁ | ଏସବୁ ଜାଣି ମଧ୍ୟ ମନୁଷ୍ୟ ମନରେ ଅନେକ ରାଗ, ହିଂସା , ଅଭିମାନ ବସା ବାନ୍ଧି ରହିଥାଏ | ଆଉ ଆଜିକାଲି ଦୁନିଆରେ ମଣିଷ ବ୍ୟାଙ୍କବାଲାନ୍ସ , କାର , ବଡବଡକୋଠା ,ଟଙ୍କା, ସୁନା ,ହୀରା ଏସବୁରେ ଜୀବନ ଅତିବାହିତ କରୁଛି | ଶେଷ ସମୟ ଅର୍ଥାତ ମୃତ୍ୟୁ ଅମୟରେ ଏସବୁର କିଛି ମୂଲ୍ୟ ନଥାଏ |
ଆପଣ ଜାଣିଥିବେ ମଣିଷ ଏକା ଆସେ ଏକା ଯାଏ | ଅର୍ଥାତ ଖାଲିହାତରେ ମଣିଷ ଜନ୍ମ ହୋଇଥାଏ ଏବଂ ଖାଲି ହାତରେ ମଣିଷ ମଶାଣୀକୁ ଯାଏ | ଆପଣ ଜାଣିଛନ୍ତି କି, ମଣିଷର ମୃତ୍ୟୁ ପରେ ମଣିଷ ଶରୀର କେମିତି ନଷ୍ଟ ହୋଇଥାଏ | ମାତ୍ର ୩ ଦିନ ପରେ ପ୍ରଥମେ ନଖ ଛାଡିବା ଆରମ୍ଭ ହୁଏ | ତାପରେ ୫ ଦିନ ପରେ ବ୍ରେନ ତରଳିବାରେ ଲାଗେ | ୬ ଦିନ ପରେ ଷ୍ଟମାକ ତରଳି ପାଟି ପଟେ ବାହାରକୁ ଆସେ | ଆଉ ୬୦ ଦିନ ବେଳକୁ ହାଡରୁ ମାଂସ ଅଲଗା ହୋଇଯାଏ | ତାପରେ ସେ ଶରୀରରୁ ପଚା ଗନ୍ଧ ବାହାରିଥାଏ | ମୃତ୍ୟୁ ପରେ ମଣିଷକୁ ନପଡ଼ିଲେ ମଣିଷ ଶରୀର ଏଭଳି ଭାବେ ନଷ୍ଟ ହୋଇଥାଏ |