ସନଷ୍ଟାର ଟିଭି ବ୍ୟୁରୋ
ତିରୁବନନ୍ତପୁରମ୍: ସ୍କୁଲ୍ରେ ‘ସାର୍’ କିମ୍ବା ‘ମାଡାମ୍’ ନୁହେଁ ‘ଟିଚର୍’ ଶବ୍ଦ ବ୍ୟବହାର କରିବେ ଛାତ୍ରଛାତ୍ରୀ | ଲିଙ୍ଗ ଅନୁସାରେ ଶିକ୍ଷକଙ୍କୁ ‘ସାର୍’ କିମ୍ବା ‘ମାଡାମ୍’ ସମ୍ବୋଧନ କରିବା ଯୋଗୁଁ ସୃଷ୍ଟି ହେଉଥିବା ବୈଷମ୍ୟର ଅବସାନ ଘଟାଇବା ଲାଗି ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ | ଏହାକୁ ବିଚାର କରି ‘କେରଳ ଷ୍ଟେଟ୍ କମିସନ୍ ଫର୍ ପ୍ରୋଟେକ୍ସନ୍ ଅଫ୍ ଚାଇଲ୍ଡ୍ ରାଇଟ୍ସ୍’ ରାଜ୍ୟରେ ଥିବା ସ୍କୁଲ୍ଗୁଡ଼ିକୁ ଏପରି ନିର୍ଦେଶ ଦେଇଛନ୍ତି |
ପାନେଲ୍ ଅଧ୍ୟକ୍ଷ କେ. ଭି. ମନୋଜ କୁମାର ଏବଂ ସଦସ୍ୟ ସି. ବିଜୟକୁମାରଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା | ଏଥିରେ ନିଷ୍ପତି ହୋଇଥିଲା ଯେ, ରାଜ୍ୟରେ ଥିବା ସମସ୍ତ ସ୍କୁଲ୍ଗୁଡ଼ିକରେ ‘ସାର୍’ କିମ୍ବା ‘ମାଡାମ୍’ ଶବ୍ଦକୁ ପରିବର୍ତ୍ତନ କରାଯାଇ ‘ଟିଚର୍’ ଶବ୍ଦ ବ୍ୟବହାର କରାଯିବ | ଯାହାଦ୍ଵାରା ସମସ୍ତ ସ୍କୁଲ୍ର ସବୁ ପିଲାଙ୍କ ମଧ୍ୟରେ ସମାନତା ବଜାୟ ରଖାଯାଇ ପାରିବ ଏବଂ ଶିକ୍ଷକମାନଙ୍କ ନିବିଡ଼ତାକୁ ବୃଦ୍ଧି ପାଇବ ।
ରିପୋର୍ଟ: ଦୀପା ପ୍ରଧାନ