ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଥଣ୍ଡାରେ ବଢୁଛି ବ୍ରେନ ଷ୍ଟ୍ରୋକ | ଉତ୍ତରପ୍ରଦେଶ କାନପୁର ହସ୍ପିଟାଲରେ ବ୍ରେନ ଷ୍ଟ୍ରୋକ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି | ସୂଚନା ଅନୁଯାୟୀ ଜଣେ ୧୪ ବର୍ଷର ଶିଶୁ ବ୍ରେନ ଷ୍ଟ୍ରୋକରେ ପ୍ରାଣ ହରାଇଥିବା ଜଣାପଡିଛି | ଯାହାକୁ ନେଇ ଚିନ୍ତାରେ ଉତ୍ତରପ୍ରଦେଶ |
ତେବେ ଥଣ୍ଡା ଯୋଗୁଁ ଅଧିକାଂଶ ଲୋକ ରକ୍ତ ଚାପର ଶିକାର ହେଉଛନ୍ତି | ଡାକ୍ତର ଅଗ୍ରୱାଲ କହିଛନ୍ତି ଯେ, ରକ୍ତ ଚାପ ବ୍ରେନ ଷ୍ଟ୍ରୋକର ପ୍ରମୁଖ କାରଣ ପାଲଟୁଛି | ରକ୍ତ ଚାପ , ମୋଟାପଣ ,ଖରାପ ଜୀବନ ଶୈଳୀ , ଅମ୍ଳଜାନ ଅଭାବଏବଂ କମ ଝାଳ ବୋହିବା କାରଣରୁ ବ୍ରେନ ଷ୍ଟ୍ରୋକ ହେଉଛି |
ସେପଟେ ଶୀତଦିନରେ ରକ୍ତଚାପ ଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ଅଗ୍ରୱାଲ | ଶୀତଦିନେ ଭିଟାମିନ-ଇ ଖାଇବାକୁ ଡାକ୍ତର ପରାମର୍ଶଦେଇଥିବାବେଳେ ଏହାସହ ମର୍ନିଙ୍ଗୱାର୍କ ଯିବାକୁ ବାରଣ କରାଯାଇଛି |
ରିପୋର୍ଟ: ଦୀପା ପ୍ରଧାନ