ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜି ବାଜିବବିଗୁଲ୍ । ଦେଶର ଜଣାଶୁଣା ଅଭିନେତା, ଅଭିନେତ୍ରୀ ଓ କଣ୍ଠଶୀଳ୍ପିଙ୍କୁ ନେଇ ଦୁଲୁକିବ ବାରବାଟୀ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାରୋହକୁ ଉଦଘାଟନ କରିବେ | କାର୍ଯ୍ୟକ୍ରମ ଥିବାବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ବିଶିଷ୍ଟ ଅତିଥି ଉପସ୍ଥିତ ରହିବେ । ସକାଳ ୮ଟାରେ ଏକ ଶୋଭାଯାତ୍ରାରେ ଟ୍ରଫିକୁ ସହର ପରିକ୍ରମା ପାଇଁ ନିଆଯିବ। ଶୋଭାଯାତ୍ରାଟି ପ୍ରଥମେ କଟକ ଚଣ୍ଡୀ ମନ୍ଦିରକୁ ଯିବ। ଏହା ପରେ ସାରା କଟକ ସହର ପରିକ୍ରମା କରିବ ହକି ବିଶ୍ୱକପ୍ ଟ୍ରଫି | ଏବଂ ଅପରାହ୍ନ ସାଢ଼େ ବାରଟାରେ କ୍ୟାଣ୍ଟନ୍ମେଣ୍ଟ ରାସ୍ତାରେ ବାରବାଟୀ ଷ୍ଟାଡିୟମକୁ ଅଣାଯିବ ।
ଆଜି ଅପରାହ୍ନ ୨ଟାରୁ ଖୋଲିବ ଷ୍ଟାଡିୟମ୍ ଗେଟ୍, ୩ଟାରୁ ଉଦଘାଟନୀ ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏଥିପାଇଁ ସଜେଇ ହୋଇଛି ବାରବାଟୀ ଷ୍ଟାଡିୟମ୍ । ଉଦଘାଟନୀ ଉତ୍ସବରେ ଧମାଲ କରିବେ ବଲିଉଡ୍ ଷ୍ଟାର ରଣବୀର ସିଂହ ଓ ଦିଶା ପଟାନୀ । ସେହିଭଳି ପ୍ରୀତମଙ୍କ ସଙ୍ଗୀତର ଯାଦୁରେ ଝୁମିବେ ଦର୍ଶକ । ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଛାତ୍ରଛାତ୍ରୀ ଦେଖିପାରିବେ । ସେପଟେ ଉଦଘାଟନୀ ଉତ୍ସବ ଦେଖିବା ପାଇ ରାଜ୍ୟରେ ସରକାରୀ, ଓ ସରକାରୀ ଅନୁଦାନପ୍ରାପ୍ତ ତଥା ବେସରକାରୀ ସ୍କୁଲଗୁଡିକୁ ଅପରାହ୍ନ ଗୋଟାଏରୁ ଛୁଟି ଘୋଷଣା କରାଯାଇଛି । କଟକ ମହାନଗର ନିଗମ ଅଧୀନରେ ଆସୁଥିବା ସମସ୍ତ ସରକାରୀ ଅଫିସ, ବିଶ୍ୱବିଦ୍ୟାଳୟ, କଲେଜ, ସ୍କୁଲକୁ ଦିନ ଗୋଟାଏରୁ ଛୁଟି ଘୋଷଣା କରାଯାଇଛି ।
ତେବେ ଆଜି ବଲିଉଡ୍ ତାରକା ରଣବୀର ସିଂହ ଓ ଦିଶା ପଟାନୀଙ୍କ ସହ ପ୍ରସିଦ୍ଧ କେ-ପପ୍ ବ୍ୟାଣ୍ଡ ବ୍ଲାକ୍ସ୍ବାନ ଗ୍ରୁପ୍, ଓଡ଼ିଶାର ଜଣାଶୁଣା ଗାୟିକା ଶ୍ରେୟା ଲେଙ୍କା , ସୁନାମଧନ୍ୟ କଣ୍ଠ ଶିଳ୍ପୀ ବେନି ଦୟାଲ, ନୀତି ମୋହନ, ଲିସା ମିଶ୍ର, ଅମିତ ମିଶ୍ର, ଅନ୍ତରା ମିତ୍ର, ଶ୍ରୀମା ଚନ୍ଦ୍ରା, ନକାଶ ଅଜିଜ, ଶାଲମାଲି ଖୋଲଗାଡେ ଓ ନମିତା ମେଲେକାଙ୍କ ସହ ହକି ବିଶ୍ବକପ୍ ୨୦୨୩ ଗୀତର ଲେଖକ ପ୍ରୀତମ ଷ୍ଟେଜ୍କୁ ଆସି ବାରବାଟୀରେ ନିଜର ଜଲୱା ଦେଖାଇବେ ।
ରିପୋର୍ଟ: ଦୀପା ପ୍ରଧାନ