ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ବଜାରକୁ ଆସିଛି ସାଇବର ଲୁଟେରାଙ୍କ ନୂଆ ପଦ୍ଧତି | ଏକ୍ସପ୍ରେସ ଭଳି ଲୁଟେରାଙ୍କ ମାଷ୍ଟର ମାଇଣ୍ଡ କାମ କରୁଛି | ତେବେ ଆଜିର ଯୁବପିଢ଼ି ବିନା ଫୋନରେ ଗୋଟିଏ ମୁହୂର୍ତ୍ତ କାଟିବା କଷ୍ଟକର ହୋଇପଡୁଛି | ଆଉ ଏହାର ଫାଇଦା ଉଠାଉଛନ୍ତି ସାଇବର ଲୁଟେରା |ଆପଣଙ୍କୁ ଏକଥା ଆର୍ଶ୍ଚଯ୍ୟ ଲାଗୁଥିବ | ଆପଣ ଭାବୁଥିବେ ଯେ, ଆମେ ତ ମୋବାଇଲ ଫୋନ ବ୍ୟବହାର କରୁଛୁ ଆଉ ଏହାର ଫାଇଦା ସାଇବର ଲୁଟେରା କେମିତି ଉଠାଇବେ | ହଁ ଆଜିକାଲି ଏମିତି ହଉଛି | ଯେତେବେଳେ ଆମେ ରାସ୍ତାରେ ଯିବା ଆସିବା କରୁଛେ ସେତେବେଳେ ହଠାତ ଜଣେ ଆମ ପାଖକୁ ଆସିବ , ଆଉ ଆପଣଙ୍କ ଫୋନରେ ଗୋଟେ କଲ କରିବାକୁ କହିବ | ଲୁଟେରା ଏ କଥା ମଧ୍ୟ କହିବ କି ମୁଁ ଫୋନ ଘରେ ଛାଡିକି ଆସିଛି | ଏଭଳି କଥା ଶୁଣି ଆପଣ କଲ କରିବା ପାଇଁ ମୋବାଇଲ ଦେବେ | ଲୁଟେରା ପ୍ରଥମ କଲ କରିବ ଆଉ ସେ ନମ୍ବର ବନ୍ଦ ଅଛି ବୋଲି କହିବ | ଏହାପରେ ସେ ଦ୍ୱିତୀୟ କଲ କରିବ, ଆପଣଙ୍କୁ ଫୋନ ଫେରାଇଦେବ | ସେ ଦ୍ୱିତୀୟ କଲରେ ହିଁ ଲୁଟେରା *୨୧ ଅଥବା *୪୦୧କୁ କଲ କରିବ ଆଉ ଏହାଦ୍ଵାରା ସେ ଆପଣଙ୍କ ଫୋନକୁ ତା ନିଜ ନମ୍ବରକୁ ଫରୱାର୍ଡ କରିଦେବ | ଏହାପରେ ଆପଣଙ୍କ ମୋବାଇଲକୁ ଯେତେ ବି ଓଟିପି ଆସିବ ସେ ଦେଖିପାରିବ | ଧୀରେ ଧୀରେ ଆପଣଙ୍କ ଆକାଉଣ୍ଟରୁ ପଇସା କାଟିବା ଆରମ୍ଭ ହୋଇଯିବ | ତେବେ ସତର୍କ ରୁହନ୍ତୁ , କାହାରିକୁ ମୋବାଇଲ ଦିଅନ୍ତୁନାହିଁ |
ରିପୋର୍ଟ: ଦୀପା ପ୍ରଧାନ