ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଳୀ: ଯାଆଁଳା ପିଲା ଖୁବ କମ ଜାଗାରେ ଦେଖିବାକୁ ମିଳନ୍ତି | ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବିଶ୍ୱରେ ଏମିତି ଏକ ସହର ଅଛି ଯେଉଁଠି ଖାଲି ଯାଆଁଳା ପିଲା ହିଁ ଜନ୍ମ ହୁଅନ୍ତି | ସେଇ ସହରରେ ଆପଣ ପାର୍କ ,ଘର ,ଦୋକାନ ବଜାର ଯେଉଁଠିକି ଯାଆନ୍ତୁ କେବଳ ଯାଆଁଳା ପିଲା ହିଁ ଦେଖିବାକୁ ପାଇବେ | ସେଇ ସହରଟିର ନାଁ ହେଉଛି ନାଇଜେରିଆ | ନାଇଜେରିଆର ଇଗ୍ବୋରା ସହରରେ କେବଳ ଯାଆଁଳା ପିଲା ହିଁ ଜନ୍ମ ହୁଅନ୍ତି | ଏଠାରେ ପ୍ରତି ୧୦୦୦ ଜଣଙ୍କ ଜନ୍ମରେ ୧୫୮ ଯୋଡ଼ି ଯାଆଁଳା ଜନ୍ମିଥାନ୍ତି।
ତେବେ ନାଇଜେରିଆର ଇଗ୍ବୋରା ସହର ‘ସିଟି ଅଫ୍ ଟ୍ବିଇନ୍ସ’ ନାମରେ ବେଶ ପରିଚିତ । ଏଠାରେ ପ୍ରାୟ ୨ ଲକ୍ଷ ୭୮ ହଜାର ଲୋକ ବସବାସ କରନ୍ତି। ଆଉ ଏଠାରେ ଯାଆଁଳା ଛୁଆ ଅଟେ ମାତ୍ରାରେ ଜନ୍ମ ନିଅନ୍ତି ଲୋକେ ଏହାକୁ ‘ଟ୍ବିନ୍ କ୍ୟାପିଟାଲ୍’ ବୋଲି କହିଥାନ୍ତି। ‘ସିଟି ଅଫ୍ ଟ୍ବିଇନ୍ସ’ ସହର ଇଗ୍ବୋରା ଲାଗୋସରୁ ୮୦ କିଲୋମିଟର୍ ଦୂରରେ ଅବସ୍ଥିତ।
ରିପୋର୍ଟ: ଦୀପା ପ୍ରଧାନ