ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ପୃଥିବୀରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଭାଇରାଲ ହେବାକୁ ଚାହାନ୍ତି | ଆଉ ଯୁଗ ଅଟେ ବଦଳିଲାଣି ଯେ ଅସମ୍ଭବ ବୋଲି ଗୋଟେ ଶବ୍ଦ ବିଲୁପ୍ତ ହେବାକୁ ଲାଗିଲାନି | କାରଣ ଆଜିର ଦୁନିଆରେ ସବୁ ଅସମ୍ଭବକୁ ସମ୍ଭବ କରିହଉଛି | ଯୁଗ ବଦଳିବା ସହ ଇଞ୍ଜିନିଅର ଏବଂ ବୈଜ୍ଞାନିକମାନେ ମଧ୍ୟ ନୂଆ ନୂଆ ଇଲେକ୍ଟ୍ରୋନିକ୍ସ ଉପକରଣ ନିର୍ମାଣ କରି ବଜାରକୁ ଛାଡ଼ିବାରେ ଲାଗିପଡିଛନ୍ତି |
ତେବେ ଆଜିର ଦୁନିଆରେ ଘଣ୍ଟା ସମସ୍ତଙ୍କର ପସନ୍ଦ | କିଏ ସମୟର ମୂଲ୍ୟ ଜାଣିବାପାଇଁ ଘଣ୍ଟାକୁ ବ୍ୟବହାର କରୁଛି ତ ଆଉ କିଏ ନିଜ ଷ୍ଟାଇଲ ପାଇଁ ବ୍ୟବହାର କରୁଛି | ଛୋଟ ଠୁ ବଡ ସମସ୍ତଙ୍କର ପସନ୍ଦ ଘଣ୍ଟା | ଯାହାକୁ ଆମେ ଚାହିଁଲେବି ବଦଳେଇପାରିବାନି | ପ୍ରଥମେ ବଜାରକୁ ଆସିଲା ଘଡି | ତାପରେ ଆଧୁନିକ ଯୁଗରେ ଆଧୁନିକ ଘଣ୍ଟା ଅର୍ଥାତ ସ୍ମାର୍ଟ ଘଣ୍ଟା | ଏହାକୁ ଲୋକମାନେ ବେଶ ପସନ୍ଦ କରୁଛନ୍ତି | ଘଣ୍ଟା ପିନ୍ଧିବା ଏମିତି ଅଭ୍ୟାସ ହୋଇଗଲାଣି ତାକୁ ବଦଳେଇବା ଆମ ପକ୍ଷେ କଷ୍ଟକର ହୋଇପଡିଛି |ଏଥିପାଇଁ ଆମକୁ ଆଉ ଚିନ୍ତା କରିବାକୁ ପଡ଼ିବନି | ଆମର ଏହି ଅଭ୍ୟାସ ବଦଳେଇବା ପାଇଁ ବଜାରକୁ ଆସିବ ନିର୍ବୋଧ ଘଣ୍ଟା | ଯାହାର ନାଁ ‘ଷ୍ଟୋନ୍ ଵାଚ୍’ ବା ପଥର ଘଣ୍ଟା।
ସୂଚନା ଅନୁଯାୟୀ ,ଜାପାନର ଏକ କମ୍ପାନି ‘ସ୍ମାର୍ଟ’ ଯୁଗର ସବୁଠାରୁ ନିର୍ବୋଧ ଘଣ୍ଟା ନିର୍ମାଣ କରିଛି ଯାହାର ନାମ ‘ଷ୍ଟୋନ୍ ଵାଚ୍’ ବା ପଥର ଘଣ୍ଟା। ଏହାକୁ ପୃଥିବୀର ସବୁଠାରୁ ମୂର୍ଖ ଘଣ୍ଟା କୁହାଯାଉଛି | କାରଣ ଏହା ଅନ୍ୟାନ୍ୟ ସ୍ମାର୍ଟଵାଚ୍ ଭଳି ହୃଦ୍ସ୍ପନ୍ଦନର ବେଗ, ଦୈନିକ କ୍ୟାଲୋରି ଖର୍ଚ୍ଚ ଦେଖାଇବା ତ ଦୂରର କଥା, ଏଥିରେ ସମୟ ବି ଦେଖିହବ ନାହିଁ। ଏହା କେବଳ ଏକ କଳା ଚକମକିଆ ପ୍ଲାଷ୍ଟିକ୍ ଖଣ୍ଡ ଯାହାକୁ ହାତରେ ବାନ୍ଧି ଘଣ୍ଟାର ଭ୍ରମ ସୃଷ୍ଟି କରିହେବ।‘ଟାମା-କ୍ୟୁ’ ନାମକ କମ୍ପାନି ଏହାକୁ ଏକ ଖେଳଣା ସାମଗ୍ରୀ ଭାବେ ଜାପାନ ବଜାରକୁ ଛାଡ଼ିଛି। ଏହାର ମୂଲ୍ୟ ୪୦୦ ୟେନ୍ ବା ପ୍ରାୟ ୨୫୩ ଟଙ୍କା।
ତେବେ ଯେଉଁମାନେ ସ୍ମାର୍ଟଫୋନ୍ ନିଶା ଛାଡ଼ିବାକୁ ଚାହାନ୍ତି ସେମାନେ ଏହି ଘଣ୍ଟାକୁ ‘ଆକ୍ରିଫୋନ୍’ ସହିତ ବ୍ୟବହାର କରିପାରିବେ।
ରିପୋର୍ଟ: ଦୀପା ପ୍ରଧାନ